କୂଅ ମଧ୍ୟରୁ ବାରାହା ଉଦ୍ଧାର
ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସାମନ୍ତିଆ ପଲ୍ଜୀ ପଞ୍ଚାୟତ ବନସୋଲା ଗ୍ରାମର ଜମିରେ ଥିବା ଏକ କୂଅ ମଧ୍ୟରୁ ଅଗ୍ନିଶମ ଓ ବନ ବିଭାଗର ମିଳିତ ଉଦ୍ୟମରେ ଏକ ଜଙ୍ଗଲୀ ବରାହା ଉଦ୍ଧାର କରାଯାଇଛି | ଗ୍ରାମର କେ. ଡିଲ୍ଲୀ ରାଓ ଓ ବି. ଲିଙ୍ଗରାଜ ସବୁ ଦିନ ଭଳି ନିଜ ଧାନ ଜମିକୁ ଫସଲ ଦେଖିବାକୁ ଯାଇଥିବାବେଳେ ନିକଟରେ ଥିବା ଜଳାଶୟ କୂଅରେ ଏକ ଜଙ୍ଗଲୀ ବାରହା ପଡି ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ | ତୁରନ୍ତ ଲିଙ୍ଗରାଜ ବନବିଭାଗ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇ ଥିଲେ। ଫରେଷ୍ଟର ଅବିନାଶ ଚୌଧୁରୀଙ୍କ ସହିତ ତାଙ୍କ ଟିମ ଓ ଅଗ୍ନିଶମ ବିଭାଗର ମହେନ୍ଦ୍ର କୁମାର ଜେନାଙ୍କ ସହିତ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି କୂଅରେ ମଧ୍ୟରୁ ବାରହା ଟିକୁ ଉଦ୍ଧାରକରି ଜଙ୍ଗଲରେ ଛାଡିଦେଇଥିବା ଜଣାପଡିଛି |