କେନ୍ଦ୍ରାପଡା ମହାବିଦ୍ୟାଳୟରେ ପହଞ୍ôଚଲେ ଏନସିସି ସାଇକେଲ ଶୋଭାଯାତ୍ରାକାରୀ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କଟକସ୍ଥିତ ଓଡିଶା ଏନ୍ସିସି ମୁଖ୍ୟ ନିର୍ଦ୍ଦେଶାଳୟର କଟକ ଗ୍ରୁପ୍ ଆନୁକୂଲ୍ୟରେ ସାମାଜିକ ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସାଇକେଲ ଶୋଭାଯାତ୍ରା କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଶନିବାର ଆସି ପହଞ୍ôଚଥିଲା । ଏନ୍ସିସି କ୍ୟାଡେଟ୍ମାନେ ଏଠାରେ ରାତ୍ରି ରହଣି କରିଥିଲେ । ରବିବାର ସକାଳ ୭ଟା ବେଳେ ଶୋଭାଯାତ୍ରାକାରୀମାନେ ପଟ୍ଟାମୁଣ୍ଡାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଶୋଭାଯାତ୍ରାକାରୀଙ୍କୁ ସ୍ୱାଗତ କରିବା ଉଦେଶ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷ୍ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ୟାଡେଟ୍ମାନଙ୍କୁ ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ôଚବା ପାଇଁ ଉତ୍ସାହିତ କରିଥିଲେ । ଅଧ୍ୟକ୍ଷ ପ୍ରଫେସର ବୋଷ ଏପରି ଏକ ପଦକ୍ଷେପ ନେଇ ଜନସଚେତନତା ସୃଷ୍ଟି କରୁଥିôବାରୁ ଏନ୍ସିସି ମୁଖ୍ୟ ନିର୍ଦ୍ଦେଶାଳୟକୁ ପ୍ରଶଂସା କରିଥିଲେ । ଚଳିତ ମାସ ୧୨ ତାରିଖରୁ ମେଜର ଆଶୁତୋଷ ତ୍ରିପାଠୀଙ୍କ ନେତୃତ୍ୱରେ ୨୦ଜଣ ଏନ୍ସିସି କ୍ୟାଡେଟ୍ ଏବଂ ୧୦ଜଣ କର୍ମଚାରୀଙ୍କୁ ନେଇ ଏହି ଶୋଭାଯାତ୍ରା ପୁରୀରୁ ଯାତ୍ରା ଆରମ୍ଭ କରିଥିଲା । ଏହା ରାଜ୍ୟର ୧୫ଟି ଜିଲ୍ଲା ପରିକ୍ରମା କରି ଆସନ୍ତା ଅପ୍ରେଲ ମାସ ୧ ତାରିଖ ଉତ୍କଳ ଦିବସ ଅବସରରେ କଟକ ଗ୍ରୁପ୍ କାର୍ଯ୍ୟାଳୟରେ ପହଞ୍ôଚ ସେଠାରେ ଉଦ୍ଯାପିତ ହେବ । ନାରୀ ସଶକ୍ତିକରଣ, ନିଶା ନିବାରଣ, ପରିବେଶ ସୁରକ୍ଷା, ସାଇବର ସୁରକ୍ଷା ପ୍ରଭୃତି ନିମନ୍ତେ ସଚେତନତା ସୃଷ୍ଟି କରିବା ଏହି ଶୋଭାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଏହି ଶୋଭାଯାତ୍ରାରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରଥମ ବର୍ଷର ଏନ୍ସିସି କ୍ୟାଡେଟ୍ ସୁବ୍ରତ କୁମାର କୁଣ୍ଡ ସାମିଲ ଅଛନ୍ତି । ଏହି ଉତ୍ସବରେ ମେଜର ଆଶୁତୋଷ ତ୍ରିପାଠୀ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷ ଓ ଏନ୍ସିସି ଆଲୁମିନି ଆସୋସିଏସନକୁ ସମ୍ବର୍ଦ୍ଧିତ କରିଥିବା ବେଳେ ଆଲୁମିନି ଆସୋସିଏସନ ପକ୍ଷରୁ ମଧ୍ୟ ମେଜର ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଅଶୋକ ମିଶ୍ର, ବାଳକ ଓ ବାଳିକା ବିଭାଗର ଏନ୍ସିସି କ୍ୟାଡେଟ୍, ଆଲୁମିନି ଆସୋସିଏସନର ସଦସ୍ୟମାନେ ଉପସ୍ଥିତ ଥିଲେ । କ୍ୟାପ୍ଟେନ ସୀମା ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।