କୋଦଳା ଓ ବେଗୁନିଆପଡାରେ ଖାଦ୍ୟ ବାଣ୍ଟୁଛନ୍ତି ଶ୍ରବଣ ସେବା ଅନୁଷ୍ଠାନର ସ୍ବେଛାସେବୀ

କୋଦଳା, (ଗୁଲସନ କୁମାର କର): କରୋନା ପାଇଁ ଜାରି ଲକ ଡାଉନରେ କୋଦଳା ଓ ବେଗୁନିଆପଡା ଅଞ୍ଚଳରେ ଶ୍ରବଣ ସେବା ଅନୁଷ୍ଠାନ ପକ୍ଷରୁ ଅସହାୟ ଓ ଗରିବ ପରିବାରଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ପ୍ରଦାନ କରାଯାଇଛି l ତଦ୍ୱାରା ବୁଲା ଗାଈ, କୁକୁର, ମାଙ୍କଡ଼ ମାନଙ୍କୁ ପନିପରିବା ଓ ଖାଦ୍ୟ ବଣ୍ଟନ ହୋଇଛି l ଏହି କାର୍ଯ୍ୟକ୍ରମ ଶ୍ରବଣ ସେବା ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ଜଗନ କୁମାର ସେଠୀଙ୍କ ତତ୍ୱାବଧାନରେ କରାଯାଇଥିବା ବେଳେ ସଭାପତି ବିଶ୍ୱଜିତ ପ୍ରଧାନ, ସମ୍ପାଦକ ମିଥୁନ ପ୍ରଧାନ, କୋଷାଧ୍ୟକ ଲିଟୁ ପରିଡା, ଫିରୋଜ ପରିଡା, ନାରାୟଣ ପ୍ରଧାନ, ଜଗା ନାୟକ, କୌଳାସ ନାୟକ ଦାୟିତ୍ୱ ତୁଲାଇ ଥିଲେ l ଲକ ଡାଉନ ଆରମ୍ଭରୁ ଦୀର୍ଘ ତିନି ମାସ ଧରି କୋଦଳାର ଅଗ୍ରଣୀ ସ୍ବେଛାସେବୀ ଶ୍ରବଣ ସେବା ଅନୁଷ୍ଠାନ ପକ୍ଷରୁ ଅସହାୟ ଓ ପଶୁ ମାନଙ୍କ ସେବା ଜାରି ରହିଛି l ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷା କରିବା, ଆବଶ୍ୟକ ନଥିଲେ ଘରୁ ନ ବାହାରିବ ପାଇଁ ଲୋକମାନଙ୍କୁ ବୁଝାଇଥିଲେ l ଏବଂ ଭୟଭୀତ ନହୋଇ ରୋଗ ସହ ଲଢ଼ିବାକୁ ପରାମର୍ଶ ଦିଆଯାଇଥିଲା l ଏହା ସହିତ ଚଲା ପଥରେ ଯାଉଥିବା ଅସହାୟ, ବିକଳାଙ୍ଗ ଓ ମାନସିକ ବିକୃତ ବ୍ୟକ୍ତିଙ୍କ ନିକଟରେ ସେବା କାର୍ଯ୍ୟ କରିବା ନିମନ୍ତେ ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ୟ ବୋଲି ଶ୍ରୀ ଜଗନ କୁମାର ସେଠୀ ସୂଚନା ପ୍ରଦାନ କରିଥିଲେ l ସ୍ବେଛାସେବୀଙ୍କ ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ