ଗଞ୍ଜାମ ମହାବିଦ୍ୟାଳୟର ନାକ ସଫଳତା ପାଇଁ ଉତ୍କର୍ଷ ଦିବସ ପାଳନ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ମହାବିଦ୍ୟାଳୟ କୁ “ନାକ ବିଗ୍ରେଡ଼ ” ସଫଳତା ପାଇଥିବାରୁ ଉତ୍କର୍ଷ ଦିବସ ପାଳନ କରାଯାଇଥିଲା l ମହାବିଦ୍ୟାଳୟର ଅଧକ୍ଷ ସିମାଞ୍ଚଳ ଭୋଳ ନାକର ସଫଳତା ପାଇଁ କରିଥିବା କାର୍ଯ୍ୟପନ୍ଥା ଓ ଆଗାମୀ ଦିନରେ ଅଧିକ ସଫଳତା ପାଇଁ ବିଭିନ୍ନ ବିନ୍ଦୁର ଆଲୋକପାତ କରିଥିଲ l ପୁରାତନ ଛାତ୍ରସଙ୍ଘ ସଭାପତି, ଅବସର ପ୍ରାପ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ତଥା ସମାଜସେଵୀ  ଇଂ. ବିନୋଦ କୁମାର ପାଢ଼ୀ ଯୋଗଦେଇ ଏହି ସଫଳତା ପାଇଁ ଅଧକ୍ଷ, ଅଧ୍ୟାପକ, କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ l.ଏହି ମହାବିଦ୍ୟାଳୟରେ ଏକ ବିଦ୍ୟାର୍ଥୀଙ୍କ ପାଇଁ ହଷ୍ଟେଲ ଓ ସୁବର୍ଣ୍ଣଜୟନ୍ତୀ ପାଳନ ସହ ଆସନ୍ତା ଦିନରେ ଏହି ମହାବିଦ୍ୟାଳୟର ବିକାଶ ପାଇଁ ଯାହାବି ଆବଶ୍ୟକ ପଡିବ ଦୃଢତାର ସହ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ l ଆଇକ୍ୟୁଏସି ସଂଯୋଜକ  ପ୍ରଫେସର ଡ଼. ସ୍ମରଣିକା ହୋତା, ନାକ ସଂଯୋଜକ ଅମର ପ୍ରସାଦ ବିଶୋଇ, ଆଲୁମିନିୟମ କମିଟି ସଂଯୋଜକ ଲକ୍ଷ୍ମୀ ନାରାୟଣ ପଣ୍ଡା ମଞ୍ଚାସୀନ ଥିଲେ lଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ପୂର୍ବତନ କଲେଜ଼ ପରିଚଳନା କମିଟି ସଭାପତି ପ୍ରମୋଦ ଦାସ ତାଙ୍କ ସମୟର ସଂଘର୍ଷର ଅନୁଭୂତି ଓ କଲେଜର ଅତୀତ ଗୌରବ ବିଷୟ କହିବା ସହ ସୁବର୍ଣ୍ଣଜୟନ୍ତୀ ପାଳନ ପାଇଁ ଅଧକ୍ଷ ସମେତ ଉପସ୍ଥିତ ସମସ୍ତଙ୍କୁ ଅନୁରୋଧ କରିଥିଲେ lମହାବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ବର୍ତମାନର ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧକ୍ଷ ଅଜୟ କୁମାର ତ୍ରିପାଠୀ ଏହି ମହାବିଦ୍ୟାଳୟରେ ଗବେଷଣା, ଆର୍ଟିକାଲ, ସ୍ନାତକୋତ୍ତର ବିଭାଗ ଖୋଲିବା ଓ ଆଗାମୀ ଦିନ ପାଇଁ ନକର ଉର୍ନ୍ନତି ପାଇଁ ଆଜିଠାରୁ ପ୍ରୟାସ କରିବାକୁ କହିଥିଲେ lପଦ୍ଧାର୍ଥ ବିଜ୍ଞାନ ବିଭାଗ ଆଧ୍ୟାପକ ଡ଼. ଲୋକନାଥ ମିଶ୍ର ଏହିମହାବିଦ୍ୟାଳୟରେସ୍ନାତକୋତ୍ତର ବିଭାଗ ଖୋଲିବା ପାଇଁ ସମସ୍ତେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ଏସିଆ ସଂଯୁକ୍ତ ରାଷ୍ଟର ଆଇ.ଆଇ.ଏମର ପୂର୍ବତନ ନିର୍ଦେଶକ ଶରତ ଚନ୍ଦ୍ର ଦାଶ, ବରିଷ୍ଠ ନାଗରିକ ସଙ୍ଘର ପୂର୍ବତନ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସମ୍ପାଦକ ଗୌରୀଶଙ୍କର ପାଢ଼ୀ, ବର୍ତ୍ତମାନର ସମ୍ପାଦକ ବିନୋଦ ଚନ୍ଦ୍ର ମହାପାତ୍ର, ସଭାପତି ରବୀନ୍ଦ୍ର କୁମାର ପଣ୍ଡା, ଶିକ୍ଷାବିତ ବିଶ୍ୱନାଥ ଦାସ ଓ ଭରସାର ସମ୍ପାଦକ ଦୁର୍ଗା ମାଧବ ପାଣିଗ୍ରାହୀ ଯୋଗଦେଇଥିଲେ l ଏହି ଅବସରରେ ଗଞ୍ଜାମ ମହାବିଦ୍ୟାଳୟ ଅଧକ୍ଷଙ୍କ ଦ୍ୱାର ସ୍ୱଲିଖିତ ଆଧ୍ୟାତ୍ମିକ ପୁସ୍ତକ “ଭାବ କଲ୍ଲୋଳିନି ଓ ପ୍ରଜ୍ଞା ପ୍ରବୋଧନୀ “କୁ ଉନ୍ମୋଚଚିତ ହେବା ସହ ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା lଏଥିରେ ଆଲୁମିନିୟ କମିଟି ସଭ୍ୟ, ଅଧ୍ୟାପକ, ଅଧ୍ୟାପିକା ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ