ଦିଗପହଣ୍ଡି ର ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସହରର ଆରାଧ୍ୟ ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କ ୫୦ ତମ ଶାରଦୀୟ ଯାତ୍ରା ମହୋତ୍ସବ ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଆଶ୍ୱିନ ମାସ ମହାସପ୍ତମୀ ତିଥି ଅକ୍ଟୋବର ୨୧ ତାରିଖ ଠାରୁ ମାଁ ଙ୍କ ଯାତ୍ରା ଆରମ୍ଭ ହୋଇ ଆଶ୍ୱିନ କୁମାର ପୂର୍ଣ୍ଣିମା ୨୮ ପର୍ଯ୍ୟନ୍ତ ଅର୍ଥାତ୍ ଦୀର୍ଘ ୮ ଦିନ ବ୍ୟାପୀ ଅସ୍ଥାୟୀ ଯାତ୍ରା ପୀଠରେ ମାଁ ଙ୍କ ପୂଜାର୍ଚ୍ଚନା କରାଯିବା ସହ ପ୍ରତିଦିନ ସନ୍ଧ୍ୟାରେ ସହରର ସାହି ବସ୍ତି ମାନଙ୍କୁ ଘଟ ପରିକ୍ରମା ହୋଇଥାଏ । ଏନେଇ ଯାତ୍ରା କମିଟି ପକ୍ଷରୁ ମାଁ ଙ୍କ ଯାତ୍ରା ପରିଚାଳନା ନିମନ୍ତେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରବିବାର ବିଳମ୍ବିତ ସନ୍ଧ୍ୟା ରେ ସହର ବାସୀଙ୍କ ଉପସ୍ଥିତିରେ ମାଁ ଙ୍କ ମନ୍ଦିରରେ ପଣ୍ଡିତ ସନାତନ ରଥଙ୍କ ପୂଜାର୍ଚ୍ଚନା ପରେ ଶୁଭଖୁଣ୍ଟି କୁ ଢୋଲ , ଶଙ୍ଖ , ବାଦ୍ୟ ବାଜଣା,ନୃତ୍ୟ ଗୀତ,ଆତସ ବାଜି ଶୋଭାଯାତ୍ରା ରେ ବଜାର ସାହି ଗାନ୍ଧୀ ଛକ ସ୍ଥିତ ଅସ୍ଥାୟୀ ଯାତ୍ରା ପୀଠକୁ ଅଣାଯାଇଥିଲା। ସେଠାରେ ବିଧି ମୁତାବକ ପୂଜାର୍ଚ୍ଚନା ଓ ହୋମ ଇତ୍ୟାଦି କରାଯିବା ପରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା । ସେବାୟତ ଆଦିତ୍ୟ ପାତ୍ର , ପ୍ରଫୁଲ୍ଲ ପାତ୍ର , ସୋମନାଥ ପାତ୍ର , ବାପୁନୀ ପାତ୍ର ଙ୍କ ସମେତ ଯାତ୍ରା ପରିଚାଳନା କମିଟି ସଭାପତି ବିକାଶ ପଶୁପାଳକ , ଉପ ସଭାପତି ଏ . ସାକିଲି , ସମ୍ପାଦକ ନୀଳମାଧବ ଗୈାଡ , ସହ ସମ୍ପାଦକ ଆଶିଷ କୁମାର ପଟ୍ଟନାୟକ , କୋଷାଧ୍ୟକ୍ଷ ହିମାଂଶୁ ପାଣିଗ୍ରାହୀ , କେ . ରାଜେନ୍ଦ୍ର , ଉପଦେଷ୍ଟା କୁରେଶୁ ମହାରଣା , ଏ . ଗୋବିନ୍ଦ , ଶିବଶଙ୍କର ମହାଙ୍କୁଡ , ବିଚିତ୍ରାନନ୍ଦ ପଟ୍ଟନାୟକ , ପ୍ରଦୀପ କୁମାର ପଣ୍ଡା , ଦୁର୍ଗା ପ୍ରସାଦ ମେକାପ , କେ . କୁନା , ରବିନ୍ଦ୍ର ମାର୍ଥା ଏବଂ ବହୁସଂଖ୍ୟକ ସହରବାସୀ ଉପସ୍ଥିତ ଥିଲେ ।