ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଉଦ୍ଘାଟନ କଲେ ସାଂସଦ ଓ ବିଧାୟକ
କଣାସ, (ପାହାନ୍ତା ସିଂହ ଅଜଳୀ ସାହୁ):କଣାସ ବ୍ଲକ୍ ସତ୍ୟବାଦୀ ବିଧାନସଭା ଅନ୍ତର୍ଗତ ଗଡ଼ସାନପୁଟ ପଞ୍ଚାୟତରେ ୩୮୭.୭୮ ଲକ୍ଷ ଟଙ୍କାର ୬.୮୮ କିଲୋମିଟରର ନବନିର୍ମିତ ପ୍ରଧାନ ମନ୍ତ୍ରୀ ସଡ଼କ କୁ ପୁରୀ ସାଂସଦ ଡଃ ସମ୍ବିତ ପାତ୍ର ଓ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ର ଉଦଘାଟନ କରିଛନ୍ତି।ଏହା ଦ୍ୱାରା ସିମିଳିପାଟଣା,ଛୋଟିଯୋଡି ,ମନ୍ଦାରବସ୍ତ , ମୋଟାରି,ଗଡ଼ସାନପୁଟ, ହଳଦିଆପଡା,ଲୋକାପାଳ ଗ୍ରାମର ଜନତା ଉପକୃତ ହେବେ l ଏହି ସଡ଼କ ନିର୍ମାଣ ହେବା ଫଳରେ କଣାସ ବ୍ଲକର ର ଲୋକ ମାନେ ଖୋର୍ଦ୍ଧା ଓ ଭୁବନେଶ୍ବର କୁ ଯିବା ଆସିବା କରିବାପାଇଁ ସହଜ ହେବ। ଏଥି ସହିତ ୪ଟି ପଂଚାୟତ ର ଶହଶହ ଲୋକ ମାନେ ବ୍ଲକ୍ କୁ ଆସିଵା ସୁଗମ ହେବ। ଏହି ଉତ୍ସବରେ କଣାସ ଗ୍ରାମ୍ୟ ଉନ୍ନୟନ ବିଭାଗ ବରିଷ୍ଠ ଅଧିକାରୀ କାର୍ତ୍ତିକ ଚନ୍ଦ୍ର ପ୍ରଧାନ, ଶୁଶାନ୍ତ କୁମାର ପାଢ଼ୀ,ସୁନିଲ କୁମାର ରଥ ପ୍ରମୁଖ ଯୋଗଦେଇଥିଲେ।