ପ୍ରବଳ ଶୀତରେ ଲୋକ ଅସ୍ତବ୍ୟସ୍ତ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଗତ ୨/୩ଦିନ ହେବ ପୁରୀ ଜିଲ୍ଲାର ନିମାପଡ଼ା, ଗୋପ, କାକଟପୁର, ଅସ୍ତରଙ୍ଗ ପ୍ରଭୃତି ଅଞ୍ଚଳରେ ପ୍ରବଳ ଶୀତ ଲହରୀ ପ୍ରବାହିତ ହେଉଛି। ଫଳରେ ସାଧାରଣ ଲୋକମାନେ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି। ସଂଧ୍ୟା ହେଲେ ଉତ୍ତରା ପବନ ପ୍ରବାହିତ ହେଉଛି। ଲୋକମାନେ ବିଭିନ୍ନ ସ୍ଥାନରେ ନିଆଁ ଜାଳି ବସୁଥିବା ଦେଖା ଯାଉଛି। ଦିନ ମଜୁରିଆ ମାନେ ଶୀତ ଲହରୀ ପ୍ରବାହିତ କାରଣରୁ କେଉଁ ଆଡ଼େ କାର୍ଯ୍ୟ କରିବାକୁ ଯାଇପାରୁ ନାହାନ୍ତି। ଶୀତ ପଡ଼ିଥିବାରୁ ବିଭିନ୍ନ ସ୍ଥାନରେ ବହୁ ପରିବାର ବଣଭୋଜି କରିବାକୁ ଭିଡ଼ ଜମାଉଛନ୍ତି। ବେଳେ ବେଳେ ଘନ କୁହୁଡି ପଡୁଥିବାରୁ ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ ହେଉଛି।