ବ୍ଲକ ସ୍ତରୀୟ ମନରେଗା ଜନଶୁଣାଣୀ ଶିବିର

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସାନଖେମୁଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ୨୦୨୪-୨୫ଆର୍ଥିକ ବର୍ଷ ପାଇଁ ବ୍ଳକ୍ ସ୍ତରୀୟ ମନରେଗା ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି I ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପରିଷଦ ସିଡିପିଓ ମଧୁମିତା, ଜିଲ୍ଲା ସାମାଜିକ ସମୀକ୍ଷକ ରବିନ୍ଦ୍ରନାଥ ମଲାଣ, ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଉପାଧିକ୍ଷା ରିଙ୍କି ନାୟକ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଅରୁଣ ସ୍ବାଇଁ ପ୍ରମୁଖ ମଞ୍ଚାସିନ ଥିଲେ I ଜନଶୁଣାଣୀରେ ଜିଲ୍ଲାପରିଷଦ ସଭ୍ୟ, ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟଙ୍କ ସମେତ ବ୍ଲକ ସହକାରୀ ଯନ୍ତ୍ରୀ, କନିଷ୍ଠଯନ୍ତ୍ରୀ, ପିଇଓ, ଡିଇଓ, ଜିଆରଏସ୍, ଏବଂ ବ୍ଳକ୍ର ସମସ୍ତ କର୍ମଚାରୀ ସାମାଜିକ ସମୀକ୍ଷାରେ ଉପସ୍ଥିତ ରହି ଅବଧି ୧ ଏପ୍ରିଲ ୨୦୨୩ ଠାରୁ ୩୦ ମାର୍ଚ୍ଚ ୨୦୨୪ପର୍ୟ୍ୟନ୍ତ କାର୍ଯ୍ଯର ସମୀକ୍ଷା କରିଥିଲେ I ୩୭୬୧ ଜଣଙ୍କୁ ଜବ କାର୍ଡ ଧାରୀ ୧୦୦ ଦିନର କାମ ମିଳିଛି l କନିଷ୍ଠ ଯନ୍ତ୍ରୀ ଏବଂ ବିଭାଗୀୟ କର୍ମଚାରୀ ମାନେ ପଞ୍ଚାୟତ ୱାରୀ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକୁ ଉପସ୍ଥାପନ କରିଥିଲେ l ଏହି ଅବସରରେ ବ୍ଳକ୍ର ବିଭିନ୍ନ ପଂଚାୟତରେ ହୋଇଥିବା ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା କରାଯିବା ସହିତ ଅଧପନ୍ତରିଆ ହୋଇ ପଡ଼ିଥିବା କାର୍ଯ୍ୟକ୍ରମ ଗୁଡ଼ିକୁ ଶୀଘ୍ର ସମାପ୍ତ କରିବା ପାଇଁ ଶିବିରରେ ଆଲୋଚନା ହୋଇଥିବା I ଏଥିପାଇଁ ଥିବା ସମସ୍ୟା ଗୁଡ଼ିକୁ ସମସ୍ତଙ୍କ ସହମତି ଭିତ୍ତିରେ ସମାଧାନ କରିବା ସହିତ ମନରେଗା କାର୍ଯ୍ୟକ୍ରମରେ ସ୍ଵଚ୍ଛତା ଅବଲମ୍ବନ କରି ବ୍ଳକ୍ ଶିକ୍ଷା, ସାମାଜିକ ସୁରକ୍ଷା, ଜଳସେଚନ, ଗ୍ରାମ୍ୟ ସଡ଼କ, କୃଷି, ପାନୀୟ ଜଳ, ଗ୍ରାମ୍ୟ ଉଦ୍ୟାନ ଆଦି କାର୍ଯ୍ୟକ୍ରମ ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସମାପ୍ତ କରିବା ପାଇଁ ବିଡ଼ିଓ ଶ୍ରୀ ମିଶ୍ର ଅଧିକାରୀ ତଥା କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ |ଜିଲ୍ଲା ପରିଷଦ ପିଡି ମଧୁମିତା ମଧ୍ୟ ମନରେଗା କାର୍ଯ୍ୟ ଗୁଡିକ କିଭଳି ଶୀଘ୍ର ହୋଇ ପାରିବ ସେ ନେଇ ପରାମର୍ଶ ଦେଇଥିଲେ|ବିଭିନ୍ନ ଲାଇନ ବିଭାଗୀୟ କର୍ମଚାରି ମାନେ ଅନୁପସ୍ଥିତ ରଥିଥିବା ନେଇ ଆଲୋଚନା ହୋଇଥିଲା।ମୃତ୍ତିକା ସଂରକ୍ଷଣ ବିଭାଗ,କାଡା ବିଭାଗ ର ପ୍ରକଳ୍ପ ରେ ଅନେକ ସମସ୍ୟା ଅବ୍ୟବସ୍ଥା ନେଇ ନିର୍ବାଚିତ ପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି।ବିଭାଗୀୟ ଅଧିକାରୀ ମାନେ ଜନପ୍ରତିନିଧି ମାନଙ୍କୁ ଅଣ ଦେଖା କରୁଥିବା ବେଳେ ବୈଠକ ରେ କିଛି ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ ।ପାଟି ତୁଣ୍ଡ ହୋଇ ଥିଲା ।ସରକାରୀ କର୍ମଚାରୀ ମାନେ ଫୋନ ନ ଉଠାଇବା ନିୟମିତ କାର୍ଯ୍ୟଳୟ ଉପସ୍ଥିତ ନ ରହିବା, ସ୍ଥାନୀୟ ଲୋକ ମାନଙ୍କୁ ସହଯୋଗ ନ କରିବା ବିଷୟ ରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ