ଭାରତୀୟ ପୋଥି ପୁରାଣ ହିଁ ଆଧୁନିକ ବିଜ୍ଞାନ

ନବରଙ୍ଗପୁର,(ୱଏନଏସ):ନବରଙ୍ଗପୁର ସହର ସ୍ଥିତ ଶ୍ରୀ କୁଞ୍ଜ ବିହାରୀ ପାଠାଗାର ରେ ମାସିକ ସାହିତ୍ୟ ଆଲୋଚନା ସହିତ ପୁସ୍ତକ ଉନ୍ମୋଚନ ଏବଂ କବିତା ପାଠ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସଭାପତି ରୂପେ ଡ ରାଧାନାଥ ବେହେରା ଯୋଗଦେଇ ତାଳପତ୍ର ପୋଥି ରେ ମେଡିକାଲ ବିଜ୍ଞାନ ,ଯୋଗ,ପ୍ରାଣାୟମ ସହିତ ରାଜନୀତି ବିଜ୍ଞାନ,ସାମାଜିକ ବିଜ୍ଞାନ ସବୁ ରହିଛି । ମୁଖ୍ୟ ବକ୍ତା ଭାବରେ ଅଧ୍ୟାପକ ବନ ବିହାରି ଦାସ ଯୋଗ ଦେଇ ଭାରତୀୟ ସଂସ୍କୃତି ରେ ପୁରାଣ ସାହିତ୍ୟ କୁ ନେଇ ବିସ୍ତୃତ ଆଲୋଚନା ରଖି କହିଥିଲେ ଯେ ଭାରତୀୟ ପୋଥି ପୁରାଣ ହିଁ ଆଧୁନିକ ବିଜ୍ଞାନ ଅଟେ। ହଜାର ହଜାର ବର୍ଷ ତଳେ ପୁରାଣ ଶାସ୍ତ୍ର ରେ ବର୍ଣ୍ଣିତ ପୁଷ୍କକ ବିମାନ ଆଜି ଜେଟ ରୂପରେ ଉଡୁଛି। ରାମାୟଣ ,ମହାଭାରତ ଯୁଦ୍ଧ ରେ ପ୍ରତିପକ୍ଷ ର ଅସ୍ତ୍ର ଶସ୍ତ୍ର କୁ କାଟୁଥିବା ଅସ୍ତ୍ର ହିଁ ଆଜି ଆଇରନ ଡ୍ରନ ଭାବରେ କାମ କରୁଛି।ରାଜ୍ୟପାଳ ପୁରସ୍କୃତ ଶିକ୍ଷୟତ୍ରୀ ତଥା ଲେଖିକା ଜେମାମଣି ବିଷୋୟୀ ଙ୍କ ଆତ୍ମଜୀବନୀ ପୁସ୍ତକ ବଣ ମଲ୍ଲି ର ଇଂରେଜ ଅନୁବାଦ ପୁସ୍ତକ ଉନ୍ମୋଚନ ହୋଇଥିଲା। ଏହାକୁ ନାରିକବି ପ୍ରଭାସିନୀ ମହାନ୍ତି ଇଂରେଜ ରେ ଅନୁବାଦ କରିଥିଲେ। ସମ୍ମାନିତ ବକ୍ତା ରୂପରେ ନାରୀ ସାମ୍ବାଦିକା ପ୍ରଭାତୀ ବିଷୋୟୀ ପୁସ୍ତକ ପ୍ରଚ୍ଛଦ ପଟରେ ଥିବା କାହାଣୀ କୁ ନିଖୁଣ ଭାବରେ ଉପସ୍ଥାପନା କରିଥିଲେ। ସମୀକ୍ଷକ ଡ ବିଜୟ କୁମାର ମିଶ୍ର ବଣ ମଲ୍ଲି ର ଆମୂଳଚୁଳ ସମୀକ୍ଷା କରି କହିଥିଲେ ଯେ ଆଗାମୀ ବଂଶଧର ପୂର୍ବ ପିଢ଼ି ରେ ପ୍ରଚଳିତ ସାମାଜିକ ଚାଲିଚଳନ ଏହି ପୁସ୍ତକ ମାଧ୍ୟମରେ ପାଇ ପାରିବେ । ପ୍ରାରମ୍ଭିକ ସଙ୍ଗୀତ ପ୍ରଫୁଲ୍ଲ ପୁହାଣ ଗାନ କରିଥିବା ବେଳେ ପର୍ଶୁରାମ ସାହୁ କବିତା ସଂଯୋଜନା କରିଥିଲେ। କବି ହରିହର ନାୟକ,ପି ରବିକାନ୍ତ ରଘୁରାମ,ସ୍ଵର୍ଣ୍ଣ ଲତା ପଟନାୟକ,ଜ୍ୟୋସ୍ନା ମହାନ୍ତି,ହର ପ୍ରସାଦ ଦାସ,ପ୍ରଭୁତି ସ୍ବରଚିତ କବିତା ପାଠ କରିଥିଲେ। ସ୍ବାଗତ ଏବଂ ଧନ୍ୟବାଦ ପ୍ରସ୍ତାବ ନାଟ୍ୟକାର ଜଗନ୍ନାଥ ବେହେରା କରିଥିବା ବେଳେ ଏଥିରେ କୁମୁନ୍ଦ ପଟନାୟକ,ଗୋପବନ୍ଧୁ ବିଷୋୟୀ, ନିରଞ୍ଜନ ମିଶ୍ର ,ବିଜୟ କୁମାର ଚୌଧୁରୀ,ଜଗଦୀଶ ଚନ୍ଦ୍ର ତ୍ରିପାଠୀ,ସର୍ବେଶ୍ଵର ତ୍ରିପାଠୀ, ସବ୍ୟସାଚୀ ବିଷୋୟୀ, ହୁର୍ଶିକେସ ଦାସ,ବୈଦେହୀ ପଣ୍ଡା,ମନୋରମା ମାଝୀ,ସାନୂଜ ପାତ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ସୁଶୋଭିତା ମେରିଲିଁ ତୁରୁକ୍, ଶ୍ରିହରି ବିଷୋୟୀ କୃଷ୍ଣ ଦାସ,ତ୍ରିବିକ୍ରମ ନନ୍ଦ,ରଘୁନାଥ ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ