ମାଘ ସପ୍ତମୀ ବୁଡ଼ ଉପଲକ୍ଷେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରୁ ପମ୍ପ ଦ୍ବାରା ଜଳ ନିଷ୍କାସନ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଆସନ୍ତା ଫେବୃୟାରୀ ୩ ଓ ୪ ତାରିଖରେ ଚନ୍ଦ୍ରଭାଗା ତୀର୍ଥରେ ପବିତ୍ର ମାଘ ସପ୍ତମୀ ବୁଡ଼। ଚନ୍ଦ୍ରଭାଗା ତୀର୍ଥରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବା ଅନୁମାନ କରାଯାଉଛି। ଚଳିତ ବର୍ଷ ମାଘ ବୁଡ଼ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତ ୨୭ତାରିଖରେ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ପ୍ରଥମ ସମନ୍ବୟ ବୈଠକରେ ବୁଡ଼ ୫ଦିନ ପୂର୍ବରୁ ତୀର୍ଥ ପୁଷ୍କରିଣୀ ଜଳ ନିଷ୍କାସନ ଓ ପଙ୍କ ଉଦ୍ଧାର କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଆଜି ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ୮ଟି ମଟର ପମ୍ପ ଯୋଗେ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ ହୋଇଅଛି। ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵ ରେ ପଡ଼ି ରହିଥିବା ଅଳିଆ ଆବର୍ଜନା କୁ ସଫା କରାଯାଉଥିବା ଦେଖିବାକୁ ମିଳିଛି। କମ ଜଳ ଥିବାରୁ ଶ୍ରଦ୍ଧାଳୁମାନେ ସ୍ନାନ କରିବା ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ନ ହେବା ପାଇଁ ପ୍ରଶାସନ ପକ୍ଷରୁ ପଙ୍କ ଓ ଦଳ ଖୁବ୍ ଶୀଘ୍ର କଢ଼ାଯାଇ ତ୍ରିଥ ପୁଷ୍କରିଣୀ ଖନନ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି । ଏହି ତୀର୍ଥ ଜଳରେ ସ୍ନାନ ସାରି ସୂର୍ଯ୍ୟ ଦର୍ଶନ ଓ ଦାନ କଲେ ସମସ୍ତ ପାପରୁ ମନୁଷ୍ୟ ମୁକ୍ତ ହୁଏ ବୋଲି ଶ୍ରଦ୍ଧାଳୁଙ୍କ ମନରେ ବିଶ୍ବାସ ରହିଛି।