ଶିକାରୀଙ୍କ ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା କୁଙ୍କୁଣୀ ପଦାସାହି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି. ଶିକାରୀଙ୍କ ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀଙ୍କ ମୃତ୍ୟୁ ଘଟିଛି | ମୃତ ଶିକାରୀ ହେଲେ ରାୟଗଡ ଥାନା ସିନ୍ଧିବା ଗାଁର ହରିଶ୍ଚନ୍ଦ୍ର ଭୂୟାଁ (୪୫)। ମୋହନା ଥାନା ଅଧିକାରୀ ବସନ୍ତ ସେଠୀ ଓ ସାଇଣ୍ଟିଫିକଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଶବକୁ ପଠାଇଛନ୍ତି. ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଦୁଇ ମାସ ହେଲା ହରିଶ୍ଚନ୍ଦ୍ର ସମ୍ପର୍କୀୟଙ୍କ ସହ ମିଶି କୁଙ୍କୁଣୀ ପଦାସାହି ଗାଁରେ ରହି ଖଜୁରୀ କାଟୁଥିଲେ। ହେଲେ ଶୁକ୍ରବାର ରାତି ପ୍ରାୟ ୮ ଟାରେ ହରିଶ୍ଚନ୍ଦ୍ର ଓ ତାଙ୍କ ଶାଳକ ରାମଚନ୍ଦ୍ର ଗମାଙ୍ଗ ଗାଁଠାରୁ କିଛି ଦୂରରେ ଥ‌ିବା ପାହାଡ଼ ତଳେ ଶିକାର କରିବାକୁ ଯାଇଥିଲେ | କିଛି ସମୟ ପରେ ଗୁଳି ଶବ୍ଦ ଶୁଣାଯାଇଥିଲା। ହରିଶ୍ଚନ୍ଦ୍ର ବିଲ ହୁଡାରେ ବସି ବନ୍ଧୁକରେ ବାରୁଦ ଭର୍ତ୍ତି କରୁଥିବା ବେଳେ ଅଚାନକ ଗୁଳି ଫୁଟି ଯାଇଥିଲା I ବନ୍ଧୁକ ଗୁଳି ହରିଶ୍ଚନ୍ଦ୍ରଙ୍କ ପେଟରେ ବାଜି ଥିଲା । ଏଥିରେ ତାଙ୍କରେ ଅନ୍ତ ପୁଟୁଳା ବାହାରି ପଡିବା ସହ ଦୁଇ ହାତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାରୁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଗାଁ ଲୋକେ ଘଟଣା ସ୍ଥଳକୁ ଯାଇ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ | ମୃତଦେହ ଜବତ କରିବା ସହ ଘଟଣା ସ୍ଥଳରୁ ଏକ ଦେଶୀ ବନ୍ଧୁକ, ୨୦ ଟି ଅଫୁଟା ଗୁଳିକୁ ପୋଲିସ ଜବତ କରିଛି | ମୋହନା ଥାନାରେ ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ