ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତ୍ତଳ ଠାରେ ବ୍ଲକ ସ୍ତରୀୟ କୃଷକ ଅକ୍ଷୟ ତୃତୀୟା ମହୋତ୍ସବ ପାଳିତ

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଆଜି ପବିତ୍ର ଅକ୍ଷୟ ତୃତୀୟା ଦିବସ। ଏହି ପବିତ୍ର ଦିବସ ଅବସରରେ ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତ୍ତଳ ପଞ୍ଚାୟତ ଠାରେ ବ୍ଲକ ସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି। ଏହି ଶୁଭ ଦିନରେ ଭଲ ଶସ୍ୟ ଲାଭ ପାଇଁ କୃଷକ ଭାଇ ମାନେ ଅଖି ମୁଠି ବୁଣିବାର ପରମ୍ପରା ରହିଆସିଛିଏହି ପରମ୍ପରା ଅନୁଯାୟୀ ଚାଷୀ ଭାଇ ନିଜ ଜମିରେ ଦେବା ଦେବୀ ଙ୍କୁ ସ୍ମରଣ କରି ଚାଷ କାମ ଆରମ୍ଭ କରିଛି। ଧରିତ୍ରୀ ମା ଶସ୍ୟ ଶ୍ୟାମଳା ରେ ଭରପୁର ରହିବା ସହ ଚାଷୀ ର ଆର୍ଥିକ ସୁଦୃଢ଼ ହେବା ମନାସି ଚାଷୀ ଆଜିର ଏହି ପବିତ୍ର ଦିନରେ ଚାଷ କାମ ଆରମ୍ଭ କରିଥାଏ। ପଣ୍ଡିତ ବ୍ରାହ୍ମଣ ଙ୍କ ଦ୍ଵାରା ରୀତିନୀତି ଅନୁସାରେ ହଳ ବଳଦ ଓ ଭୂମୀ ପୂଜା କାର୍ଯ୍ୟ କରିଥିଲେ। ଏହି ଅବସରରେ ଶେରଗଡ଼ ବ୍ଲକ ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ଅଖି ମୁଠି ଅନୁକୂଳ କରିଥିଲେ।। ଏହି ପବିତ୍ର ଅକ୍ଷୟ ତୃତୀୟା ଦିବସ ରେ ଶତାଧିକ କୃଷକ ବନ୍ଧୁ ଙ୍କ ସହ ମହିଳା ମା ମାନେ ଏକତ୍ରିତ ହୋଇ ହଳିଆ ଗୀତ ଓ ହୁଳହୁଳି ଦେଇ ଉତ୍ସବ କୁ ମୁଖରିତ କରିଥିଲେ। ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ କୃଷି ବିଭାଗ ର କର୍ମଚାରୀ ମାନେ ସରକାର ଙ୍କ କୃଷିଭିତ୍ତିକ ସମସ୍ତ ଯୋଜନା ଉପରେ କୃଷକ ମାନଙ୍କୁ ଅବଗତ କରିଥିଲେ। ଏହି ସଭାରେ ବ୍ଲକ କୃଷି ଅଧିକାରୀ ଜ୍ୟୋତି ରଞ୍ଜନ ମିଶ୍ର, ସହକାରୀ କୃଷି ଅଧିକାରୀ ସୁବ୍ରତ କୁମାର ବାରିକ, ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ, ଜିଲ୍ଲା ପରିଷଦ ସଭ୍ୟା ଙ୍କ ପ୍ରତିନିଧି ବରୁଣ ପୋଲାଇ ସମେତ ସମସ୍ତ ନିର୍ବାଚତ ପ୍ରତିନିଧି ସହ ବହୁ ଚାଷୀ ଯୋଗଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ