ହାଟଡିହି ବ୍ଲକରେ ୬୦୬ ଜଣ ଛାତ୍ରଛାତ୍ରୀ ନବୋଦୟ ପ୍ରବେଶିକା ପରୀକ୍ଷା ଦେଲେ
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହଦଗଡ଼ ଜବାହାର ନବୋଦୟ ବିଦ୍ୟାଳୟ ନାମଲେଖା ପାଇଁ ଆଜି ଜିଲ୍ଲାର ୨୨ଟି ପରୀକ୍ଷା କେନ୍ଦ୍ରରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ୫୧୯୫ ଜଣ ଛାତ୍ର ଛାତ୍ରୀ ନାମ ପଞ୍ଜିକୃତ କରିଥିଲେ। ତନ୍ମଧ୍ୟରୁ ୪୭୫୧ ଜଣ ପ୍ରବେଶିକା ପରୀକ୍ଷା ଦେଇଥିବା ବେଳେ ୪୪୪ ଜଣ ଅନୁପସ୍ଥିତ ରହିଥିଲେ। ହାଟଡିହି ବ୍ଲକରେ ୨ଟି ପରୀକ୍ଷା କେନ୍ଦ୍ରରେ ୬୦୬ ଜଣ ଛାତ୍ରଛାତ୍ରୀ ନବୋଦୟ ପ୍ରବେଶିକା ପରୀକ୍ଷା ଦେଇଛନ୍ତି। ହାଟଡିହି ହାଇସ୍କୁଲରେ ନାମ ପଞ୍ଜିକୃତ କରିଥିବା ୩୩୬ ଜଣଙ୍କ ମଧ୍ୟରୁ ୩୨୨ ଜଣ ପରୀକ୍ଷା ଦେଇଥିବା ବେଳେ ଶାଳଣିଆଁ ହାଇସ୍କୁଲରେ ୩୦୧ ଜଣଙ୍କ ମଧ୍ୟରୁ ୨୦୪ଜଣ ପରୀକ୍ଷା ଦେଇଥିବା ଜଣାଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ଓଁକାର ଅନ୍ୱେଷ ହାଟଡିହି ବ୍ଲକର ପରୀକ୍ଷା କେନ୍ଦ୍ରଗୁଡିକ ପରିଦର୍ଶନ କରି ପରୀକ୍ଷା ତଦାରଖ କରିଥିବା ବେଳେ ପି.ଏମ.ଶ୍ରୀ ନବୋଦୟ ବିଦ୍ୟାଳୟ ହଦଗଡ଼ର ଅଧ୍ୟକ୍ଷ ପି. ମଣି କଣ୍ଡନ ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ପରୀକ୍ଷା ତଦାରଖ କରିଛନ୍ତି।