୫୬ନଂ ଜୋନର ୮ଟି ପଂଚାୟତରେ ବିଜେଡିର ପଦଯାତ୍ରା ବହୁ ସଂଖ୍ଯକ କର୍ମୀ ଓ ନେତା ସାମିଲ

ଶେରଗଡ,(ବିଭୁ ପ୍ରସାଦ ଦାଶ):ଶେରଗଡ ବିଜୁ ଜନତା ଦଳ ପକ୍ଷରୁ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳ ବାର ଦିନ ମହୁପଦର ପଂଚାୟତର ଢିଙ୍କିଶାଳ ଠାରେ କର୍ମୀ ଓ ନେତା ଏକଜୁଟ ହେବା ପରେ ପଦଯାତ୍ରା ବାହାରିଥିଲା ଶତାଧିକ କର୍ମୀ ଓ ନେତା ଶଙ୍ଖ ପତାକା ଧରି ବିଜେଡି ଜିନ୍ଦାବାଦ ଓ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେଇ ଖମାର ମହୁପଦର କୁଲା ଗଡ, ଖିରିଡା, ବନ୍ଧାଗୁଡା, ବର ମୁଣ୍ଡଳୀ ହୋଇ କରଡାକଣା ପରେ ଶେଷରେ କୁମାରପାଣି ଗ୍ରାମରେ ପଦଯାତ୍ରାକୁ ସରେଇ ଥିଲେ। ପ୍ରତି ଜାଗାରେ ପଥପ୍ରାନ୍ତ ସଭା କରିବା ସହ ଭାଜପା ସରକାର କୁ କଡା ସମାଲୋଚ଼ନା କରିଥିଲେ। ଗତ ୨୪ ବର୍ଷର ସଫଳ କାହାଣୀ ମନେପକାଇ ପୁଣି ନବୀନ ପଟ୍ଟନାୟକ କୁ ହାତ ଟାଣ କରିବାକୁ କହିଥିଲେ ନେତା ଓ କର୍ମୀ। ପ୍ରତି ସଭାରେ ବିଜେଡି ସରକାରଙ୍କ କରିଥିବା ସଫଳ ଯୋଜନା ସଂପର୍କ ରେ ସଚେତନ କରିଥିଲେ। ବ୍ଳକ ବିଜେଡି ସଭାପତି ଶରତଚନ୍ଦ୍ର ପାତ୍ର, ବ୍ଳକ ଅଧକ୍ଷ କ୍ରୁଷ୍ଣଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ସଭ୍ଯ ଚିତ୍ତରଂଜନ ପାଣିଗ୍ରାହୀ, ବିଧାୟକ ପ୍ରତିନିଧି ଦିଗାମ୍ବର ନାୟକ, ବରିଷ୍ଠ ନେତା ହୀନ ବେହେରା, ବରୁଣ ପଲେଇ, କାହ୍ନୁଚରଣ ପଟ୍ଟନାୟକ, ବ୍ରହ୍ମା ନନ୍ଦ ପାଣିଗ୍ରାହୀ ସମେତ ବହୁ ନେତା କର୍ମୀ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ