ଅଖିଳ ଭାରତ କୃଷକ ସଭା ପକ୍ଷରୁ ଧାନ ସଂଗ୍ରହ ତାରିଖ ବୃଦ୍ଧି ଦାବୀ

ଛତ୍ରପୁର (ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲାରେ ପଞ୍ଜିକୃତ ହୋଇଥିବା ହଜାର ହଜାର ଚାଷୀଙ୍କ ଧାନ କିଣାଯାଇନଥିବା ଚାଷୀଙ୍କ ଧାନ ତୁରନ୍ତ କିଣିବା ସହ ଧାନ ସଂଗ୍ରହର ଅବଧି ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ଦାବି ନେଇ ଆଜି ଗଞ୍ଜାମ ଜିଲ୍ଲା ଅଖିଳ ଭାରତ କୃଷକ ସଭା ପକ୍ଷରୁ ଏକ ଦାବି ପତ୍ର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଉଦ୍ଧେଶ୍ୟରେ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହନ୍ତିଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାରେ ବଳକା ରହି ଯାଇଥିବା ସମସ୍ତ ଚାଷୀଙ୍କ ଧାନକୁ ତୁରନ୍ତ କିଣିବା ଏବଂ ଧାନ ସଂଗ୍ରହ ତାରିଖ ଏପ୍ରି୍‌ଲ୍ ୧୫ ତାରିଖକୁ ବୃଦ୍ଧି କରିବା ନିମନ୍ତେ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଦାବୀ କରାଯାଇଛି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଅଖିଳ ଭାରତ କୃଷକ ସଭାର ଗଞ୍ଜାମ ଜିଲ୍ଲା ସମ୍ପାଦକ ରାଜୀବଲୋଚନ ପଣ୍ଡା, ଉପସଭାପତି ରଙ୍କନାଥ ସ୍ୱାଇଁ, ସହସମ୍ପାଦକ ସୁଦର୍ଶନ ସ୍ୱାଇଁ, କମ୍ୟୁନିଷ୍ଟ ନେତା ପ୍ରବିଣ କୁମାର ଦାଶ, ସିପିଆଇ ଜିଲ୍ଲା ସହସମ୍ପଦକ ନୀଳକଣ୍ଠ ଦାଶ, ନବୀନ ଗୌଡ଼, ସିକନ୍ଦର ଖାଁ, ପୂର୍ଣ୍ଣଚନ୍ଦ୍ର ଗୌଡ଼, ସୁରେଶ ଚନ୍ଦ୍ର ମହାରଣାଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ