ଅଗ୍ନିକାଣ୍ଡରେ ଦୁଇ ବଖରା ନଷ୍ଟ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ନାଆମୀ ପଞ୍ଚାୟତ ସାତଶୋଳା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ନଷ୍ଟ ହୋଇଯାଇଛି । ଆଜି ପ୍ରତ୍ୟୁଷରୁ କୌଣସି କାରଣ ଯୋଗୁ ଗ୍ରାମର ଚିନା ନାୟକଙ୍କ ଘରେ ନିଆଁ ଲାଗି ଯାଇଥିଲା । ଚାହୁଁଚାହୁଁ ସମ୍ପୁର୍ଣ୍ଣ ବାସଗୃହକୁ ନିଆଁ ଘେରି ଯାଇଥିବାରୁ ଏଥିରେ ଅନେକ ଧନ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି । ଖବର ପାଇ ଭଣ୍ଡାରିପୋଖରୀ ଦମକଳ ବାହିନୀ ଗ୍ରାମରେ ପହଞ୍ଚି ନିଆଁକୁ ସମ୍ପୁର୍ଣ୍ଣ ଆୟତ୍ତ କରିଥିଲା । ଖବର ପାଇ ବ୍ଲକ ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ସମବାୟ ସମିତି ସଭାପତି ଦୀପ୍ତିସୂର୍ଯ୍ୟ ବିଶ୍ୱାଳ, ସମିତିସଭ୍ୟ ସଂନ୍ତୋଷ କୁମାର ନାୟକ ପ୍ରମୁଖ ଗ୍ରାମରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ସମବେଦନା ଜଣାଇବା ସହ ସରକାରୀ ଭାବେ ସମସ୍ତ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ