ନିର୍ଦ୍ୱନ୍ଦରେ ସମିତି ସଭାପତି ନିର୍ବାଚିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ରଣଜିତ ପଂଚାୟତ ନାରାୟଣପୁର ସମିତି ଠାରେ ଆଜି ନିର୍ଦ୍ୱନ୍ଦରେ ସମିତି ସଭାପତି ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ନାରାୟଣ ଚନ୍ଦ୍ର ଦାସଙ୍କ ନିକଟରେ ନିର୍ବାଚିତ ସଦସ୍ୟ ଜୟନ୍ତ କୁମାର ସାହୁ ସଭାପତି ଭାବେ ଏକମାତ୍ର ପ୍ରାର୍ଥୀଭାବେ ମନୋନୟନ ପତ୍ର ଦାଖଲ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଆଉ କେହି ପାର୍ଥି ପତ୍ର ଦାଖଲ କରିନଥିବାରୁ ଶ୍ରୀ ସାହୁ ନିର୍ଦ୍ୱନ୍ଦରେ ସଭାପତି ଭାବେ ନିର୍ବାଚିତ ହୋଇଥିବା ସୂଚନା ଦିଆଯାଇଥିଲା । ଏଥିରେ ପରିଚାଳନା କମିଟିର ସମସ୍ତ ୧୪ଜଣ ସଦସ୍ୟ ଉପସ୍ଥିତ ଥିଲେ । ଜିଲ୍ଲା ନିର୍ବାଚନ ଅଧିକାରୀ ସତ୍ୟପ୍ରକାଶ ସେଠୀ, ସୁପରଭାଇଜର ରାଜେନ୍ଦ୍ର ଖଣ୍ଡାଇ ପରିଦର୍ଶକ ଭାବେ ଉପସ୍ଥିତ ରହିଥିବା ବେଳେ ସମ୍ପାଦକ ସୁମନ୍ତ ସେନାପତି ନିର୍ବାଚନ ପରିଚାଳନା କରିଥିଲେ । ନୂତନ ସଭାପତିଙ୍କୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତି ସେଠୀ, ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ଜିଲ୍ଲା ପରିଷଦ ସଭ୍ୟ ଉତ୍କଳ କେଶରୀ ମହାନ୍ତି, ସରପଞ୍ଚ ରେଣୁବାଳା ରାଉତ, ସୁଜାତା ସାହୁ, ସମିତିସଭ୍ୟା ବୈଜୟନ୍ତି ମୁଣ୍ଡା, ଯୁବନେତା ଶୁଶାନ୍ତ ମଲ୍ଲିକ, ସୁଦର୍ଶନ ରାଉତ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ସେହିଭଳି ନଗୁଆଁ ସମିତି ଠାରେ ରମେଶ ଚନ୍ଦ୍ର ଭାରତୀ ନିର୍ଦ୍ୱନ୍ଦରେ ସଭାପତି ଭାବେ ନିର୍ବାଚିତ ହୋଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ