ମୃତ ଚାଷୀଙ୍କ ପରିବାରକୁ ବିମାରାଶି ପ୍ରଦାନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ବିରୋଳି ଶାସନ ଗ୍ରାମରେ ଦୁର୍ଘଟଣା ଯୋଗୁ ମୃତ ବରଣ କରିଥିବା ଜନୈକ ଚାଷୀ ପରିବାରକୁ ବୀମା ରାଶି ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ଗ୍ରାମର ମଧୁସୂଦନ ପଣ୍ଡା ମାଳଦା ସମବାୟ ସମିତିରୁ ବୀମା ଭୁକ୍ତ ଭାବେ ଚାଷ ଋଣ ନେଇଥିଲେ । ଗତବର୍ଷ ସେ ଦୁର୍ଘଟଣାରେ ମୃତ୍ୟୁବରଣ କରିବା ପରେ ନିୟମ ଅନୁଯାୟୀ ତାଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ଵର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଭଣ୍ଡାରିପୋଖରୀ ଶାଖା ଠାରେ ପରିଚାଳକ ମାନସ ରଞ୍ଜନ ମହାପାତ୍ର ପାଞ୍ଚ ଲକ୍ଷ ଟଙ୍କାର ଏକ ଚେକ ମୃତ ଚାଷୀଙ୍କ ବିଧବା ପତ୍ନୀ ଶିଶିର ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ସହ ଶାଖା ପରିଚାଳିକା ପ୍ରଜ୍ଞାପରମିତା ମଲ୍ଲିକ, ମାଳଦା ସମିତି ସମ୍ପାଦକ ସୁବାଷ ପାତ୍ର, ମୃତକଙ୍କ ପୁତ୍ର ବିଜୟ ପଣ୍ଡା, କର୍ମଚାରୀ ସତ୍ୟନାରାୟଣ ପଲେଇ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ