ଅଗ୍ନିକାଣ୍ଡରେ ଦୁଇ ବଖରା ନଷ୍ଟ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ପଞ୍ଚାୟତ ମୋବାରକପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇବଖରା ଚାଳଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ଗ୍ରାମର ଭାସ୍କର ଚନ୍ଦ୍ର ସ୍ୱାଇଁ ଓ ପରିବାର ସଦସ୍ୟ ବୁଧବାର ରାତିରେ ଖାଇପିଇ ଶୋଇସାରିବା ପରେ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ବିଳମ୍ବିତ ରାତ୍ରୀ ଅଗ୍ନିକାଣ୍ଡ ଘଟି ଭାସ୍କରଙ୍କ ରୋଷେଇ ଘର ସମେତ ଗୁହାଳ ପୋଡି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡ ଯୋଗୁ କୌଣସି ଗୋରୁ ଗାଈ ଆହତ ହୋଇନଥିବାବେଳେ ଅନ୍ୟାନ୍ୟ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଥିବା ସୂଚନା ଦିଆଯାଇଛି । ଦୁର୍ଘଟଣା ସମ୍ପର୍କରେ ଖବରପାଇ ଭଣ୍ଡାରିପୋଖରୀ ଦମକଳ ବାହିନୀ ଗ୍ରାମରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ