ଅରେଇକଣାରେ ଆଜି ଗୋଷ୍ଠୀ ସଙ୍ଘର୍ଷ , ୯ଜଣଙ୍କ ନାମରେ ମାମଲା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ପଞ୍ଚାୟତ ଅରେକଣା ଠାରେ ଆଜି ଦିନ ପ୍ରାୟ ୧୨.୩୦ମି. ସମୟରେ ଗୋଷ୍ଠୀ ସଂଘର୍ଷ ଘଟିଥିବାରୁ ପୋଲିସ ଦୁଇପକ୍ଷର ଅଭିଯୋଗକୁ ଭିତ୍ତିକରି ୯ଜଣଙ୍କ ନାମରେ ମାମଲା ଋଜୁ କରିଥିବା ଜଣାପଡିଛି । ଗ୍ରାମର ବୃନ୍ଦାବନ ରାଉତଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପୁତୁରା ପ୍ରଶାନ୍ତ ରାଉତ ଏକ ଅଟୋରେ ଆଜବେଷ୍ଟସ ଲଦି କହରାପୋଖରୀରୁ ମୋବାରକପୁର ଆସୁଥିଲେ । ବାଟରେ ଉକ୍ତ ଗ୍ରାମର ସୁଶାନ୍ତ ଜେନା ବାଇକରେ ତେଲ ଜାର ବାନ୍ଧି ଯାଉଥିବାବେଳେ ତାହା ପ୍ରଶାନ୍ତଙ୍କ ଅଟୋରେ ବାଜିଥିଲା । ଏହାପରେ ସେଠାରେ ଦୁଇଜଣଙ୍କ ମଧ୍ୟରେ ପରସ୍ପର ଯୁକ୍ତିତର୍କ ଓ ଗାଳିଗୁଲଜ ହୋଇଥିଲା । ଏହା କିଛି ସମୟପରେ ସୁଶାନ୍ତଙ୍କ ପରିବାର ଲୋକେ ଆମ୍ଭ ଘରକୁ ଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଆମ୍ଭମାନଙ୍କୁ ଆକ୍ରମଣ କରିଥିବା ବୃନ୍ଦାବନ ଜଣାଇଛନ୍ତି । ସେହିଭଳି ଅପରପକ୍ଷ ବାସନ୍ତୀ ଜେନାଙ୍କ ଅଭିଯୋଗ ଅନୁଯାୟୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଟୋ ସାଇଟ ମାରିଥିବା ଜଣାଇଛନ୍ତି । ଘଟଣାକୁ ନେଇ ଯୁକ୍ତିତର୍କ ହୋଇଥିବାବେଳେ ପ୍ରଶାନ୍ତଙ୍କ ଘରଲୋକ ଆମ୍ଭମାନଙ୍କୁ ଆକ୍ରମଣ କରିଥିବା ବାସନ୍ତୀ ଜଣାଇଛନ୍ତି । ଏହି ଗୋଷ୍ଠୀ ସଂର୍ଘଷ ଯୋୁ ଦୁଇପକ୍ଷର ୭ଜଣ ଆହତ ହୋଇôତବା ଜଣାଯାଇଛି । ଦୁଇପକ୍ଷର ଅଭିଯୋଗକୁ ଭିତ୍ତିକରି ପୁଲିସ ୧୭୪/୨୦ ଓ ୧୭୫/୨୦ରେ ୯ଜଣଙ୍କ ନାମରେ ମାମଲା ଋଜୁ କରିଥିବାବେଳେ ଗଣ୍ଡଗୋଳରେ ଜଡିତ ଥିବା ୮ଜଣକୁ ଅଟକ ରଖି ପଚରା ଉଚୁରା କରୁଛି ।


