ଅଙ୍ଗନୱାଡ଼ି କର୍ମଚାରୀଙ୍କ ବିଶାଳ ଗଣଧାରଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅଙ୍ଗନୱାଡ଼ି କର୍ମଚାରୀ ସଂଘ ସଂଯୁକ୍ତ ମୋର୍ଚ୍ଚା ଆହ୍ୱାନରେ ୨୦ ହଜାରରୁ ଅଧିକ ଅଙ୍ଗନୱାଡ଼ି କର୍ମୀ, ମିନି କର୍ମୀ ଓ ସହାୟିକାମାନେ ଭତ୍ତା ବୃଦ୍ଧି, ଏସ୍‌ଏନ୍‌ପିର ଦର ସଂଶୋଧନ, ୱାର୍କର ମାନ୍ୟତା, ଅବସର ବୟସସୀମା ୬୫ ବର୍ଷ, ଅବସର ବେଳେ ସର୍ବନିମ୍ନ ୫ ଲକ୍ଷ ଟଙ୍କାର ସହାୟତା, ଅଙ୍ଗନୱାଡ଼ି ମଧ୍ୟରୁ ଶିକ୍ଷୟିତ୍ରୀ ଓ ଏଏନ୍‌ଏମ୍ ପଦବୀରେ ନିଯୁକ୍ତି ବ୍ୟବସ୍ଥା ସମେତ ୫ ଦଫା ଦାବିରେ ଗଣଧାରଣା ଦେଇଥିଲେ । ଏଆଇଟିୟୁସି ରାଜ୍ୟ ସଭାପତି ତଥା ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘର ସଭାପତି ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଙ୍ଗନୱାଡ଼ି କର୍ମଚାରୀ ସଂଘ ସଂଯୁକ୍ତ ମୋର୍ଚ୍ଚା ଆବାହକ ତଥା ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା, ସିଆଇଟିୟୁ ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ ସାଧାରଣ ସମ୍ପାଦକ ହରପ୍ରିୟା ସ୍ୱାଇଁ, ଅଲ ଓଡ଼ିଶା ଅଙ୍ଗନୱାଡ଼ି ୱାର୍କର ଓ ହେଲପର ଆସୋସିଏସନର ପୁଷ୍ପା ଦାଶ, ପଶ୍ଚିମ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ସଂଘର ମୀରାବତୀ ଦଳବେହେରା, ଏଆଇଟିୟୁସିର ରାଜ୍ୟ ସମ୍ପାଦକ ଜୟନ୍ତ ଦାସ, ସୁର ଜେନା, ମନୋରଞ୍ଜନ ପରିଡ଼ା, ବିଷ୍ଣୁପ୍ରିୟା ଜେନା, ମମତାଜ ଖୁଣ୍ଟିଆ, ପ୍ରତିଭା ସାମଲ, ପ୍ରତିଭା ପରିଡ଼ା, ନିର୍ଝରବାଳା ସାହୁ ପ୍ରମୁଖ ଉଦବୋଧନ ଦେଇଥିଲେ । ଅପରହ୍ନରେ ବିଜୟ ଜେନା, ପୁଷ୍ପା ଦାଶ, ହରପ୍ରିୟା ସ୍ୱାଇଁ, ପ୍ରତିଭା ପାଲ, ମୀରାବତୀ ଦଳବେହେରାଙ୍କ ସମେତ ୭ଜଣିଆ ପ୍ରତିନିଧି ମଣ୍ଡଳୀ ବିଭାଗୀୟ ମୁଖ୍ୟ ଶାସନ ସଚିବଙ୍କ ସହ ଦାବିପତ୍ର ନେଇ ଦୀର୍ଘ ଏକଘଣ୍ଟାରୁ ଅଧିକ ସମୟ ଆଲୋଚନା କରିବା ପରେ ଦାବିର ଯଥାର୍ଥତା ସ୍ୱୀକାର କରିଥିଲେ । ଏସ୍‌ଏନପି ସାମଗ୍ରୀ ମୂଲ୍ୟ ସଂଶୋଧନ ପାଇଁ ବିହିତ ବ୍ୟବସ୍ଥା ସହ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଭତ୍ତା ବୃଦ୍ଧି ଘୋଷଣା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅପରାହ୍ନରେ ପ୍ରବଳ ବର୍ଷାରେ ଭିଜି ଭିଜି ଅଙ୍ଗନୱାଡ଼ି କର୍ମୀ, ମିନି କର୍ମୀ ଓ ସହାୟିକା ଲୋୟର ପିଏମ୍‌ଜିରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଭିଡ଼ ଜମାଇଥିଲେ । ମହିଳା ଶିଶୁ ବିକାଶ ମୁଖ୍ୟ ସଚିବଙ୍କ ପ୍ରତିଶ୍ରୁତି କାର୍ଯ୍ୟକାରୀ ନହେଲେ ପୁଣି ଶକ୍ତିଶାଳୀ ଆନ୍ଦୋଳନ ସରକାରଙ୍କୁ ସବକ ଶିଖାଇବ ବୋଲି ଚେତାବନୀ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ