ଖାଦ୍ୟ ଉତ୍ପାଦନକାରୀ କେନ୍ଦ୍ର ଗୃହକୁ ବୁଲି ଦେଖିଲେ…

ଛତ୍ରପୁର, (ଦେବଦତ୍ତ ମହାରଣା) :-ଚମାଖଣ୍ଡି ଠାରେ ଥିବା ସେଣ୍ଟ୍ରାଲ ପ୍ରୋସେସିଙ୍ଗ ୟୁନିଟକୁ ବୁଲି ସେଠାରେ ନିର୍ମାଣାଧିନ ଖାଦ୍ୟ ଉତ୍ପାଦନକାରୀ କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ । ଏହି ଖାଦ୍ୟ ଉତ୍ପାଦନ କାରୀ କେନ୍ଦ୍ର ରେ ଚମାଖଣ୍ଡିର ୩ ଟି ସ୍ୱୟଂ ସହାୟିକା ମହିଳା ମାନଙ୍କ ଦ୍ୱାରା ଚିଲି ସସ, ଟମାଟ ସସ, ଚିପ୍ସ, ଗାଇ ଖାଦ୍ୟ, କୁକୁଡା ଖାଦ୍ୟ ଓ ମାଛ ଖାଦ୍ୟ ଭଳି ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯିବ । ସେଠାରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିବା ସହିତ ସମସ୍ତ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଭାଉ ସାହେବ ପରାମର୍ଶ ଦେଇଥିଲେ । ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଏହି ପରିଦର୍ଶନ ବେଳେ ଏପିଡି (ଲାଇଭହୁଡ) ନଳିନୀକାନ୍ତ ମିଶ୍ର, ଓଡିଶା ଜିବୀକା ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ନବୀନ ଚନ୍ଦ୍ର ସେନାପତି, ଓରମାସ୍ ର ଡେପୁଟି ସିଇଓ ଡ. ଜ୍ୟୋତି ପ୍ରକାଶ ମହାନ୍ତି, ଓଡିଶା ଜିବୀକାର ଛତ୍ରପୁର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନାଙ୍କ ସମେତ ଚମାଖଣ୍ଡି ପଂଚାୟତର କନିଷ୍ଠ ଯନ୍ତ୍ରୀ, ଭିଏଲଡବ୍ଲୁ ଓ ବହୁ ଏସଏଚଜି ମହିଳା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ