ଅଜଣା ବ୍ୟକ୍ତିର ମୃତ୍ୟୁ;କାରଣ ଅସ୍ପଷ୍ଟ

ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଏକ ଖଣି ଫାଟକ ସମ୍ମୁଖରେ ଗୁରୁତର ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର ପରେ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନା ନେବା ସମୟରେ ମୃତ୍ୟୁ ଘଟିଛି । ପୁଲିସ ସୁତ୍ରରୁ ମିଳିଥିବା ସୁଚନା ଅନୁଯାୟୀ ଗତକାଲି ଭୋର ୪ ଟା ୪୦ ମିନିଟ ସମୟରେ ଖଣିର ୩ ନମ୍ବର ଫାଟକ ସମ୍ମୁଖରେ ଗୁରୁତର ଅବସ୍ଥାରେ ଜଣେ ଅଜଣା ବ୍ୟକ୍ତିଙ୍କୁ ଘରୋଇ ସୁରକ୍ଷା କର୍ମୀମାନେ ଆମ୍ମୁଲାନ୍ସ ଯୋଗେ ପ୍ରଥମେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ । ସେଠାରୁ ତାଙ୍କୁ ଚମ୍ପୁଆ ଉପଖଣ୍ଡ ଡାକରଖାନାକୁ ନିଆଯାଇଥିଲେ ହେଁ ସେଠାରେ ତାଙ୍କରି ଶୁକ୍ରବାର ମୃତ୍ୟୁ ଘଟିଥିଲା । ଏ ନେଇ ଯୋଡା ଥାନାରେ ଏକ ଅପମୃତ୍ୟୁ କେଶ ନଂ ୧୫୫/୨୦୨୦ ରୁଜୁ କରାଯାଇ ମୃତ ଦେହକୁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଛେଦ କରାଯାଇଛି । ଏ ନେଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିଚୟ ମିଳିପାରି ନାହି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ