ରୋମାନ୍ସ କରିବେ ଦୀପିକା-ସିଦ୍ଧାନ୍ତ

ବମ୍ବେ: ଶୀର୍ଷକ ପଢୁ ପଢୁ ପାଠକ ନିଶ୍ଚିତ ଆଚମ୍ବିତ ହୋଇସାରିବେଣି। କିନ୍ତୁ ବାସ୍ତବରେ ନୁହେଁ, ରିଲ୍‌ ଲାଇଫରେ ଭରପୂର ଭରପୂର ରୋମାନ୍ସ କରିବାକୁ ଯାଉଛନ୍ତି ଦୀପିକା ଓ ସିଦ୍ଧାନ୍ତ। ତାହା ପୁଣି ନିର୍ଦ୍ଦେଶକ ଶକୁନ ବତ୍ରାଙ୍କ ଆଗାମୀ ଫିଲ୍ମରେ। ଚଳଚ୍ଚିତ୍ରର ନାମ ଏଯାଏ ଫାଇନାଲ୍‌ ହୋଇ ନ ଥିଲେ ହେଁ ଗଲି ବୟ ଫେମ୍‌ ସିଦ୍ଧାନ୍ତ ଚତୁର୍ବେଦୀ ନାୟକ ହେବା ନିଶ୍ଚିତ ହୋଇଛି। ଯଦି ଏପରି ହୁଏ ତେବେ ପ୍ରଥମ ଥର ପାଇଁ ସିଦ୍ଧାନ୍ତ ଦୀପିକାଙ୍କ ନାୟକ ସାଜିବେ। ନିକଟରେ ଏକ ସାକ୍ଷାତକାର ଅବସରରେ ଶକୁନ ଫିଲ୍ମ ବିଷୟରେ ସମ୍ୟକ ଧାରଣା ଦେଇଛନ୍ତି। ଆଜିକାଲିର ପ୍ରେମସମ୍ପର୍କକୁ ନେଇ କାହାଣୀଟି ରଚନା କରାଯାଇଛି। ଦୀପିକା-ସିଦ୍ଧାନ୍ତଙ୍କୁ ଛାଡ଼ି ଆଉ ଗୋଟିଏ ଯୋଡ଼ି ଏଥିରେ ଅଭିନୟ କରିବେ। ସେମାନଙ୍କୁ ଖୋଜା ଯାଉଛି ବୋଲି ଶକୁନ କହିଥିଲେ। ଫିଲ୍ମଟି ଆସନ୍ତା ବର୍ଷ ମାର୍ଚ୍ଚରେ ପରଦାକୁ ଆସିବ। ଫିଲ୍ମଟିର ପ୍ରଯୋଜନା ଭାର ସମ୍ଭାଳିବେ କରନ୍‌ ଜୋହର। ଦୀପିକା ପୂର୍ବରୁ ମଧ୍ୟ ତାଙ୍କ ସହ କାମ କରିସାରିଛନ୍ତି। ୨୦୧୩ରେ ରିଲିଜ ହୋଇଥିବା ଫିଲ୍ମ ‘ୟେ ଜବାନୀ ହେ ଦିବାନୀ’ରେ ଦୀପିକା କାମ କରିଥିଲେ। ଆଗାମୀ ଦିନରେ ମଧ୍ୟ ଦୀପିକାଙ୍କ ଦୁଇଟି ଫିଲ୍ମ ରିଲିଜ ହେବାକୁ ଯାଉଛି। ମେଘନା ଗୁଲଜାରଙ୍କ ‘ଛପାକ୍‌’ ଏବଂ କବିର ସିଂଙ୍କ ‘୮୩’ରେ ସେ ନଜର ଆସିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ