ଅତରଙ୍ଗୀରେ ନଜର ଆସିବେ ତିନି ପ୍ରମୁଖ କଳାକାର
ମୁମ୍ବାଇ : ଏକତ୍ର ନଜର ଆସିବାକୁ ଯାଉଛନ୍ତି ଖିଲାଡୀ ଅକ୍ଷୟ କୁମାର, ସାଉଥ୍ ସେନ୍ସେସନ୍ ଧନୁଷ ଏବଂ ସାରା ଅଲୀ ଖାନ୍। ଆନନ୍ଦ ଏଲ୍ ରାଇଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ତିନି କଳାକାରଙ୍କ ଫଟୋ ଅକ୍ଷୟ କୁମାର ସେୟାର କରିଛନ୍ତି । ଫିଲ୍ମର ନାମ ଅତରଙ୍ଗୀ ରହିଥିବା ବେଳେ ଫିଲ୍ମରେ ଏକ ମ୍ୟୁଜିକାଲ୍ ଲଭ୍ଷ୍ଟୋରୀ ରହିଛି । ଫିଲ୍ମର କାହାଣୀ ସମ୍ପର୍କରେ ଅନ୍ୟ କୌଣସି ସୂଚନା ମିଳିନଥିବା ବେଳେ ତ୍ରିକୋଣୀୟ ପ୍ରେମ କାହାଣୀ ରହିବାର ଆଶା କରାଯାଉଛି । ଫିଲ୍ମଟି ୨୦୨୧ ଭାଲେଣ୍ଟାଇନ୍ସ ଡେ ଅବସରରେ ରିଲିଜ୍ ହେବା ନେଇ ଘୋଷଣା କରାଯାଇଛି । ଫିଲ୍ମରେ ଏକାଧିକ ଜାତୀୟ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ଜଡିତ ଥିବା କାରଣରୁ ସୋସିଆଲ ମିଡିଆରେ ଫିଲ୍ମକୁ ପ୍ରଶଂସା କରାଯାଇଛି । ଜାତୀୟ ପୁରସ୍କାର ପ୍ରାପ୍ତ ଆନନ୍ଦ ଏଲ୍ ରାଇ (ନିର୍ଦ୍ଦେଶକ), ଅକ୍ଷୟ କୁମାର(ଅଭିନେତା), ଧନୁଷ(ଅଭିନେତା), ହିମାଂଶୁ(କାହାଣୀ) ଏବଂ ଏ ଆର. ରେହମାନ(ସଙ୍ଗୀତ) ଏହି ଫିଲ୍ମ ସହିତ ସଂଶ୍ଲିଷ୍ଟ ଅଛନ୍ତି ।


