ଅଧିକ କାମ ଆଣିପାରେ ଚନ୍ଦାପଣ

ଆଜିକାଲି ଚନ୍ଦାପଣ ଏକ ବଡ଼ ସମସ୍ୟା ପାଲଟିଛି । କାର୍ଯ୍ୟବ୍ୟସ୍ତତା ହେତୁ ଲୋକେ ନିଜ କେଶର ଯତ୍ନ ନେବା ପାଇଁ ସମୟ ପାଉ ନଥିବାବେଳେ କେଶ ଦୁର୍ବଳ ହୋଇ ଝଡ଼ିବା ଭଳି ସମସ୍ୟା ଦେଖାଦେଉଛି । ଏନେଇ ଅନେକ ପରୀକ୍ଷାନିରୀକ୍ଷା ଚାଲିଥିବାବେଳେ ସପ୍ତାହକୁ ୫୨ଘଣ୍ଟାରୁ ଅଧିକ କାମ କଲେ ଚନ୍ଦାପଣ ଦେଖାଦେବ ବୋଲି ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି । ଦକ୍ଷିଣ କୋରିଆର ରାଜଧାନୀ ସିୟୋଲରେ ଥିବା ସୁଙ୍ଗ୍‌କ୍ୟୁୱାନ୍ ୟୁନିଭର୍ସିଟି ସ୍କୁଲ ଅଫ୍ ମେଡିସିନ୍‌ର ଗବେଷକମାନେ ଏହି କାରଣ ଖୋଜି ବାହାର କରିଥିବା ଜଣାପଡ଼ିଛି । ଏହି ଗବେଷଣାରେ ପୁରୁଷମାନେ କେତେ ଘଣ୍ଟା କାମ କରୁଛନ୍ତି ଏବଂ ସେହି ଅନୁସାରେ ତାଙ୍କର କେଶ କେତେ ଝଡ଼ୁଛି, ତାହା ଦେଖାଯାଇଥିଲା । ଗବେଷଣା ପରେ ଯେଉଁ ପୁରୁଷମାନେ ୫୨ଘଣ୍ଟାରୁ ଅଧିକ ସମୟ କାମ କରୁଛନ୍ତି, ସେମାନଙ୍କ କେଶ ୪୦ଘଣ୍ଟା ବା ତା’ଠାରୁ କମ ସମୟ କାମ କରୁଥିବା ପୁରୁଷଙ୍କଠାରୁ ଅଧିକ ଝଡ଼ୁଛି । ପ୍ରାୟ ୧୩,୦୦୦ପୁରୁଷଙ୍କୁ ଏହି ଗବେଷଣାରେ ସାମିଲ କରାଯାଇଥିଲା । ଅଧିକ ସମୟ କାମ ସହ ଅବସାଦଗ୍ରସ୍ତ ହେଉଥିବାରୁ ପୁରୁଷମାନଙ୍କ କେଶ ଝଡ଼ିବାକୁ ଲାଗିଥାଏ । ଯାହା ଦ୍ୱାରା ସେମାନେ ଚନ୍ଦାପଣର ଶିକାର ହୋଇଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ