ସ୍ୱଚ୍ଛତା ପକ୍ଷ – ୨୦୧୯ କାର୍ଯ୍ୟକ୍ରମ ଆୟୋଜିତ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ): ବ୍ରହ୍ମପୁରସ୍ଥିତ ସିଟି ହସ୍ପିଟାଲ ପରିସରରେ ଶନିବାର ସ୍ୱଚ୍ଛତା ପକ୍ଷ – ୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ଥିଲା ହସ୍ପିଟାଲ ତଥା ଏହାର ଚତୁଃପାଶ୍ୱର୍କୁ ସଫା ରଖିବା ସହ ପ୍ଲାଷ୍ଟିକ ଆଦି ବର୍ଜ୍ୟବସ୍ତୁର ସୁପରିଚାଳନା କରିବା । ଏହି କାର୍ଯ୍ୟକ୍ରମରେ ହସ୍ପିଟାଲର କର୍ମଚାରୀଙ୍କ ସମେତ ଏ.ଏନ.ଏମ.ଟି.ସିଙ୍କୁ ନେଇ ଏକ ସମୁହ ପଦଯାତ୍ରାର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ବିଜୟ କୁମାର ପାଣିଗ୍ରାହୀ ପଦଯାତ୍ରାର ଉଦ୍ଦଘାଟନ କରିଥିଲେ । ସମ୍ମାନୀତ ଅତିଥୀ ଭାବେ ଯୋଗଦେଇ ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ ପରିବେଶର ସୁରକ୍ଷା ନିମନ୍ତେ ସମସ୍ତଙ୍କୁ ଜାଗ୍ରତ ହେବାକୁ କହିଥିଲେ । ହସ୍ପିଟାସଲର ଅନାନ୍ୟ କର୍ମଚାରୀଙ୍କ ମଧ୍ୟରେ ,ଡା. ଅମୁଲ୍ୟ ମିଶ୍ର , ଡା. ରତ୍ନାକର ବେହେରା , ଡା. ଛାୟା ରମଣ ରଥ, ଜିଲ୍ଲା ଏନ . ଏଚ. ଏମର ଅନାନ୍ୟ ଅଧିକାରୀ , ହସ୍ପିଟାଲର ସମସ୍ତ କର୍ମଚାରୀ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱଚ୍ଛତା ଉପରେ୍ ଏକ ସମୁହ ଶପଥ ପାଠ କରିଥିଲେ ।


