ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ;ପ୍ରାଥମିକ ଭାବେ୨କୋଟିରୁ ଉର୍ଦ୍ଧ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଆକଳନ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଗଜପତି ଜିଲ୍ଲାର ଜଣେ ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି । ପାରଳାଖେମୁଣ୍ଡି ଠାରେ ଥିବା ଅଧ୍ୟାପକଙ୍କ କୋଠା ସମେତ ଅନ୍ୟ ୬ଗୋଟି ସ୍ଥାନରେ ଭିଜିଲାନ୍ସ ଦଳ ଏକ କାଳୀନ ଚଢାଉ କରିଥିବା ସୁଚନା ମିଳିଛି । ଆଜି ସକାଳ ୯ଘଣ୍ଟା ସମୟରେ ଆରମ୍ଭ ହୋଇଥିବା ଏହି ଚଢାଉରେ ଖବର ଲେଖିବା ସମୟ ସୁଦ୍ଧା ପ୍ରାଥମିକ ଭାବେ ୨ କୋଟିରୁ ଉର୍ଦ୍ଧ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ହୋଇଥିବା ଭିଜିଲାନ୍ସ ଆକଳନ କରିଥିବା ଜଣାଯାଇଛି । ଚଢାଉ ଶେଷ ପରେ ସବିଶେଷ ବିବରଣୀ ଦିଆଯିବ ବୋଲି ଭିଜିଲାନ୍ସ ସୁଚନା ଦେଇଛି । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର ଗୁରାଣ୍ଡି ଗ୍ରାମରେ ଥିବା ମୀନକେତନ କଲେଜରେ କାର୍ଯ୍ୟରତ ଅଧ୍ୟାପକ ଜି.ନାଗେଶ୍ୱର ରାଓଙ୍କ ବିରୁଦ୍ଧରେ ଭିଜିଲାନ୍ସ ଠାରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା । ଏଥି ଅନୁଯାୟୀ ଭିଜିଲାନ୍ସ ଟିମ୍ ୭ଗୋଟି ପୃଥକ ପୃଥକ ଦଳରେ ବିଭକ୍ତ ହୋଇ ଅଧ୍ୟାପକ ଜି.ନାଗେଶ୍ୱର ରାଓଙ୍କ ପାରଳାଖେମୁଣ୍ଡି ସ୍ଥିତ ରାଧାଗୋବିନ୍ଦ ନଗର ୨ୟ ଲାଇନରେ ରହିଥିବା ତାଙ୍କ ନିଜସ୍ୱ କୋଠା ସମେତ ତାଙ୍କ ସମ୍ପର୍କୀୟଙ୍କ ପାରଳା ବଡବ୍ରାହ୍ମଣ ସାହି,ବେତାଗୁଡା,ଆନ୍ଧ୍ରର ଚିପୁରପଲ୍ଲୀ ସହ ମୋଟ ୭ଗୋଟି ସ୍ଥାନରେ ଏକ କାଳୀନ ଭିଜିଲାନ୍ସ ଚଢାଉ ଆଜି ସକାଳ ୯ଘଣ୍ଟା ଠାରୁ ଆରମ୍ଭ ହୋଇଛି । ଚଢାଉ ଜାରି ରହିଥିବାରୁ ସବିଶେଷ ରିପୋର୍ଟ ମିଳିପାରି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ