ବିଜେପିର ପର୍ଦ୍ଧାଫାସ ସମାବେଶ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ବିଜେପି ଶାଖା ପକ୍ଷରୁ ନିର୍ବାଚନ ମଣ୍ଡଳୀ ନେତା ବଦ୍ରିନାରାୟଣ ଧଳଙ୍କ ନେତୃତ୍ୱରେ ଆଜି ପର୍ଦ୍ଧାଫାସ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଂଚଳର ବିଭିନ୍ନ ପଞ୍ଚାୟତରେ କେନ୍ଦ୍ରୀୟ ଯୋଜନାରେ ହୋଇଥିବା ଦୁର୍ନୀତି ସମ୍ବନ୍ଧରେ ଉଚ୍ଚ ସ୍ଥରୀୟ ତଦନ୍ତ ପାଇଁ ବିଜେପି ନେତା ମାନେ ପର୍ଦ୍ଧାଫାସ ସମାବେଶରେ ଦାବି କରିଥିଲେ। ସମାବେଶ ଶେଷରେ ବିଡ଼ିଓଙ୍କ ଜରିଆରେ ୯ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଥିଲା। ଏଥିରେ ରାଜ୍ୟ ବିଜେପି ସମ୍ପାଦକ ଅଭିମନ୍ୟୁ ସେଠୀ, ମଣ୍ଡଳ ସଭାପତି ଗିରିଶ ଚନ୍ଦ୍ର ସାମଲ, ପ୍ରଫୁଲ କୁମାର ସାହୁ, ମୁକୁନ୍ଦ ଦେବ ମଲ୍ଲିକ, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ବରିଷ୍ଠ ବିଜେପି ନେତା ପ୍ରକାଶ କିଶୋର ମହାପାତ୍ର, ନାରିନେତ୍ରୀ ତପସ୍ୱିନୀ ମହାପାତ୍ର ପ୍ରମୁଖ ସମାବେଶରେ ଉଦବୋଧନ ଦେଇଥିଲେ।


