ସୋରଣ ସତ୍ୟ ମହିମା ଆଶ୍ରମରେ ବାର୍ଷିକ ଉତ୍ସବ
ଜଗତସିଂପୁର, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ସୋରଣ ସତ୍ୟ ମହିମା ଆଶ୍ରମଠାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସାଧୁ ହରମୋହନ ଦାସ ଓ ସାଧୁ ପବିତ୍ର ଦାସ ବ୍ରହ୍ମ ଧ୍ୱନି ସ୍ଥାପନ କରି ବିଶ୍ୱ ର କଲ୍ୟାଣ ନିମନ୍ତେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ ଏହି ଗ୍ରାମରେ ଅଲେଖ ମହିମା ଡାକରେ କମ୍ପି ଉଠି ଥିଲା । ସନ୍ଧ୍ୟାରେ ଭଜନ କୀର୍ତନ ସହିତ ଗ୍ରାମ ବାସୀ ପ୍ରସାଦ ସେବନ କରିଥିଲେ । ମହିମା ସେବା ଫାଉଣ୍ଡେସନର ସଭାପତି ସମାଜସେବୀ ନାରାୟଣ ଖୁଂଟିଆଙ୍କ ସହିତ ବହୁ ଶ୍ରଦ୍ଧାଳୁ ଜନସାଧାରଣ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବୋଲି ସମାଜସେବୀ ଭକ୍ତ ବିପିନ ବିହାରି ରାଉତ ଏକ ପ୍ରେସ ବିଞ୍ଜପ୍ତିରେ ଜଣାଇଛନ୍ତି ।


