ଗାରୋଇ ବୋଇତ ବନ୍ଦାଣ ପ୍ରସ୍ତୁତି ବୈଠକ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଲକସ୍ଥିତ ଗୋବର୍ଦ୍ଧନ ପୀଠ ଗାରୋଇ ଆଶ୍ରମର ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଆଶ୍ରମ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଆଶ୍ରମର ମଠାଧିଶ ବାବା ଦିବ୍ୟଲୋଚନ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ବୋଇତ ବନ୍ଦାଣ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ଏଥିରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ୬ଦିବ ବ୍ୟାପୀ ରାସ ଉତ୍ସବ ଅନୁଷ୍ଟିତ ହେବ । ଏହି ଅବସରରେ ବିଭିନ୍ନ ନୃତ୍ୟ ଓ ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବା ପାଇଁ ସ୍ôଥିର କରାଯାଇଛି । ଏହି କାର୍ଯ୍ୟକ୍ରମରେ ବୋଇତ ବନ୍ଦାଣ ସମିତିର ସଦସ୍ୟ ଅଧ୍ୟାପକ ଚୈତନ୍ୟ ଚରଣ ପରିଡା, ବିଜୟ ଜେନା, ପ୍ରହଲ୍ଲାଦ ମଲ୍ଲିକ, ସୁରେନ୍ଦ୍ର ପରିଡା, ଚିତରଂଜନ ବିଶ୍ୱାଳ, ଆଲୋକ ବିଶ୍ୱାଳଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଶିକ୍ଷକ ରବିନ୍ଦ୍ରନାଥ ସ୍ୱାଇଁ ବୈଠକକୁ ପରିଚାଳନା କରିଥିଲେ ।


