ଅନ୍ତଃ ରାଜ୍ୟ ବାଲିମାଫିଆ ସକ୍ରିୟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ତହସିଲର ପାଲସିଂ ଓ ଖଣ୍ଡାବା ନଦୀ ପଠାରୁ ଦୈନିକ ଟ୍ରାକ୍ଟର ଯୋଗେ ବାଲି ଚାଲାଣ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି | ସ୍ପଷ୍ଟ ଦିବାଲୋକରେ ଅନ୍ତଃରାଜ୍ୟ ବାଲି ମାଫିଆଙ୍କ ଦ୍ୱାରା ବାଲିର ଏହି ଚୋରା ଚାଲାଣ ହେଉଥିବାବେଳେ ଖଣି ଓ ରାଜସ୍ବ ବିଭାଗ ନୀରବ ଦ୍ରଷ୍ଟା ସାଜିଛନ୍ତି. ହେଲେ ପୋଲିସ ଇତି ମଧ୍ୟରେ ଚୋରା ଚାଲାଣ ବେଳେ ତିନିଗୋଟି ଟ୍ରାକ୍ଟରକୁ ଜବତ କରିଛି |ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅଞ୍ଚଳର ଲୋକେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ ଖଣ୍ଡାବା ରାଜସ୍ବ ସର୍କଲ ର ପାଲସିଂ, ସାରା, ଖଣ୍ଡାବା ଦେଇ ବହୁ ବାଲି ଚୋରା ଚାଲାଣ ହେଉଥିବା ବେଳେ ରାଜସ୍ବ ବିଭାଗରୁ କୋଟି କୋଟି ଟଙ୍କା ଲିଜ ସୂତ୍ରରେ ନେଇ ବିଭିନ୍ନ ରେମ୍ପ ଜରିଆରେ ବାଲି ବ୍ୟବସାୟ କରୁଥିବା ଲିଜଧାରୀ ନଷ୍ଟ ରେ ପଡୁଥିବା ବେଳେ ଅନ୍ତଃ ଜିଲ୍ଲା ବାଲି ବେପାରୀ ଟିକସ ଫାଂକି ଚୋରା ରେ ବାଲି ଚାଲାଣ କରୁଛନ୍ତି | ପୂର୍ବରୁ ତହସିଲଦାର ମାନେ ଚୋରା ବାଲି ଚାଲାଣ ପାଇଁ ସ୍ୱତନ୍ତ୍ର ଟିମ ଜରିଆରେ ଧରାପଗଡ଼ କରୁଥିବା ବେଳେ ଏବେ ଖଣି ବିଭାଗ ଏହା ପାଇଁ ରହିଥିବା କୁଆଡେ ରାଜସ୍ବ ବିଭାଗ କହୁଛନ୍ତି | ଖଣ୍ଡାବା ରେ ଥିବା ରାଜସ୍ବ ନିରୀକ୍ଷକ କୁଆଡେ ନ ବୁଲି ବିଭିନ୍ନ କାର୍ଯ୍ୟ ପାଇଁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଖଣ୍ଡାବା ଅଂଚଳ ର ଜନ ସାଧାରଣ ଅଭିଯୋଗ କରୁଛନ୍ତି, ସେ ମଧ୍ୟ ଏହି ବାଲି ମାଫିଆଙ୍କ ସହ ମଧୁ ଚନ୍ଦ୍ରିକା କରି ବାଲି ଚାଲାଣ କୁ ଉତ୍ସାହିତ କରୁଥିବା ଅଭିଯୋଗ ହେଉଛି | ଏଣୁ ନଦୀ ରେ ବଜେବିହୀନ ଯାଗାରେ ପୋଖରୀ ଭଳି ଗାତ ସୃଷ୍ଟି ହଇଛି,ଓ ନଦୀ ର ଜଳ ପାର୍ଶ୍ଵ ପରିବର୍ତନ କରି ଆନ୍ଧ୍ର ପଟ ଚାଲୁଥିବା ରୁ ଚାଷୀ ମାନେ ମୋଟର ଯୋଗେ ପାଣି ନ ପାଇଁ ବିଭିନ୍ନ ଫସଲ ( ଖରାଟିଆ ) ନଷ୍ଟ ହେଉଛି | ଏଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ପରିବେଶ ବିତ ମାନେ ଦାବୀ କରିଛନ୍ତି |
|

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ