ସଂଗରୋଧ କେନ୍ଦ୍ରରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ: ଗଜପତି ଜିଲ୍ଲାପାଳ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାକୁ ବାହାର ରାଜ୍ୟରୁ ଆସିଥିବା ପ୍ରବାସୀମାନେ ବର୍ତ୍ତମାନ ସଂଘରୋଧ କେନ୍ଦ୍ରରେ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ କିଚି ପ୍ରବାସୀ ବିଶୃଙ୍ଖଳା କରୁଛନ୍ତି । ଯାହାକୁ ନେଇ ଜିଲ୍ଲାପାଳ ଅନୁପମ ଶାହା ଏକ ଭିଡ୍ଓ ବାର୍ତ୍ତା ମାଧ୍ୟମରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ବିଶୃଙ୍ଖଳାକାରୀଙ୍କୁ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିଲ୍ଲାରେ ମୋଟ ୨୦୭ ଗୋଟି ସଂଘରୋଧ କେନ୍ଦ୍ର ପ୍ରସ୍ତୁତ ହୋଇଥିବା ବେଳେ ବାହାର ରାଜ୍ୟରୁ ଜିଲ୍ଲାକୁ ଫେରିଥିବା ମୋଟ ୬୦୮୬ ଜଣ ପ୍ରବାସୀଙ୍କ ମଧ୍ୟରୁ ୬୦୨୩ ଜଣ ଏହିସବୁ କେନ୍ଦ୍ରରେ ରହିଛନ୍ତି । ଅନ୍ୟମାନେ ନିଜ ଘରେ ସଂଘରୋଧ ଭାବେ ରହିଛନ୍ତି । ମୋଟ ୧୮୭୪ ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇ ପରିକ୍ଷା ପାଇଁ ପଠାଯାଇ ଥିବା ବେଳେ ୧୨୪୮ଜଣଙ୍କ ନେଗେଟିଭ୍ ରିପୋର୍ଟ ଆସିଥିବା ଜଣାପଡିଛି । କେତେକ ପ୍ରବାସୀ ସଂଘରୋଧ କେନ୍ଦ୍ରରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ଯେଉଁ ମାନଙ୍କୁ ପ୍ରଶାସନ ପକ୍ଷରୁ ବୁଝାଇବା ପାଇଁ ଚେଷ୍ଟା କରାଯାଉଛି । ଯଦି ସେମାନେ ଅବୁଝା ହୁଅନ୍ତି ବାଧ୍ୟ ହୋଇ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୁଚନା ଦେଇଛନ୍ତି । ସେହିପରି ଜିଲ୍ଲା ୍ରପ୍ରଶାସନ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ କାର୍ଯ୍ୟ କରୁଥିବା ବେଳେ ସଂଘରୋଧରେ ରହୁଥିବା ସମସ୍ତଙ୍କ ସ୍ୱାବ ପରୀକ୍ଷଣ ସ୍ୱାସ୍ଥ୍ୟ ବିଭାଗ ଗାଇଡଲାଇନ୍ ଅନୁଯାୟୀ କରାଯିବ ବୋଲି ଜିଲ୍ଲାପାଳ ସୁଚନା ଦେଇ, ଅଯଥା ବିଶୃଙ୍ଖଳା ସୃଷ୍ଟି ନ କରିବା ପାଇଁ ଜିଲ୍ଲାପାଳ ଏହି ଭିଡିଓ ବାର୍ତ୍ତାରେ ସତର୍କ କରାଇଛନ୍ତି ।


