ଅନ୍ଧବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ପରେ ଘରୁ ଲୁଟ କରିନେଲେ ଦୁର୍ବୃତ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ) : ଜନୈକ ଅନ୍ଧ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରାଯିବା ପରେ ସେ ଡାକ୍ତରଖାନାରେ ଚିକିତ୍ସିତ ଥିବା ଅବସ୍ଥାରେ ତାଙ୍କ ଘର ଭାଙ୍ଗି ଲୁଟ କରିନେଇଛନ୍ତି ଦୁର୍ବୁତ । ଏସମ୍ପର୍କରେ ଥାନାରେ ଅଭିଯୋଗ ପରେବି ପୋଲିସର ନିଷ୍କ୍ରିୟତା ଯୋଗୁଁ ପିଡିତ ପରିବାରଟି ସଂପୂର୍ଣ୍ଣ ଭାଙ୍ଗିପଡିଥିବା ଦେଖାଯାଇଛି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତର ତରାପୁର ସାମିଲ ପଦାଲୋ ଗ୍ରାମର ଅନ୍ଧ ତଥା ଅନୁସୂଚିତ ଜାତିର ବୃଦ୍ଧ ପଂଚାନନ ମଳିକଙ୍କ ଠାରୁ ସେହିଗ୍ରାମର ଭ୍ରମର ମଳିକଙ୍କ ପୁଅ ମନୁ ମଳିକଓ ତାଙ୍କ ସମ୍ପର୍କୀୟମାନେ ଇଟା ନେଇଥିଲେ । ସେବାବଦକୁ ସେମାନେ ପଂଚାନନଙ୍କୁ ୯ହଜାର ୫ଶହ ଟଙ୍କା ଦେବାକୁ ଥିଲା । ପଂଚାନନ ସେମାନଙ୍କୁ ଟଙ୍କା ମାଗିବାରୁ ସେମାନେ ପଂଚାନନଙ୍କୁ ମାଡମାରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପଂଚାନନ ଗୁରୁତ୍ତର ଆହାତ ହୋଇ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଏବେ ପଂଚାନନ କଟକରୁ ଫେରି ପୁଣି ଅସୁସ୍ଥ ହୋଇପଡିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡର ୧୦୪ନମ୍ବର ବେଡରେ ଚିକିତ୍ସିତ ଅଛନ୍ତି । ଏସମ୍ପର୍କରେ ପଂଚାନନଙ୍କ ପତ୍ନୀ ପ୍ରମିଳା ମଳିକଙ୍କ ଅଭିଯୋଗ କ୍ରମେ ଜୁନମାସ ୧୭ତାରିଖରେ କେନ୍ଦ୍ରାପଡା ସଦର ଥାନାରେ ୧୦୮/୨୦୨୦ରେ ଆଇ.ପି.ସି.ର ଧାରା ୩୪୧, ୩୨୩, ୫୦୬, ୩୫୪, ୨୯୪, ୩୦୭ ଓ ୩୪ ଦଫାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମନୁ ମଳିକ ଓ ତାର ପୁଅ ବାବୁଆ ମଳିକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହି ମାମଲାରେ ଥାନା ପୋଲିସକୁ ଧରି ମଧ୍ୟ ଅଭିଯୁକ୍ତମାନେ କୋର୍ଟରେ କରିଥିବା ଜାମିନ ଆବେଦନ ଖାରଜ ହୋଇଯିବାରୁ ସେଥିରେ ଉତକ୍ଷିପ୍ତ ହୋଇ ପଂଚାନନଙ୍କ ଘରେ କେହିନଥିବାର ସୁଯୋଗ ନେଇ ସଂପୃକ୍ତ ଅଭିଯୁକ୍ତଙ୍କ ସମ୍ପର୍କୀୟମାନେ ପଂଚାନନଙ୍କ ମାଟିକାନ୍ଥକୁ ତାଡି ଅନ୍ୟୁନ୍ୟ ୩୦ହଜାର ଟଙ୍କାର ସାମଗ୍ରୀ ଲୁଟ କରିନେଇଥିବା ସମ୍ପର୍କରେ ପଂଚାନନଙ୍କ ପତ୍ନୀ ପ୍ରମିଳା ସଦର ଥାନାରେ ସୋମବାର ଅଭିଯୋଗ କରିଥିଲେବି ପୋଲିସ ଏଥିରେ କୈାଣସି ପଦକ୍ଷେପ ନେଉନଥିବା ସେ କେନ୍ଦ୍ରାପଡା ଏସଡିପିଓଙ୍କୁ ଅଭିଯୋଗ କରିଛନ୍ତି । ଜଣେ ଅନୁସୂଚିତଜାତିର ଅନ୍ଧ ବୃଦ୍ଧଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ପ୍ରମିଳା ନିବେଦନ କରିଛନ୍ତି ।


