ଅନ୍ଧାରୁଆରେ ବିଶ୍ୱଶାନ୍ତି ଯଜ୍ଞ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଚଳିତ ଫାଲଗୁନ ମାସ ଶୁକ୍ଳପକ୍ଷ ଦଶମୀ, ଇଂରାଜୀ ତା ୧୩.୦୩.୨୦୨୨ରିଖ ରବିବାର ଦିନ ଅନ୍ଧାରୁଆ ଗ୍ରାମସ୍ଥିତ ପ୍ରବୁଦ୍ଧ ବିହାର (ପାଦପଦ୍ମ ମୁଣ୍ଡିଆ)ଠାରେ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବାଙ୍କ ନିର୍ଦ୍ଦେଶ ଅନୁସାରେ ଏବଂ ବ୍ରହ୍ମ ଅବଧୂତ ବ୍ରଜବନ୍ଧୁ ବାବାଙ୍କ ଅଧ୍ୟକ୍ଷତାରେ ବାର୍ଷିକ ମହୋତ୍ସବ ପାଳିତ ହୋଇ ଯାଇଅଛି । ଉକ୍ତ ମହତ କାର୍ଯ୍ୟାନୁଷ୍ଠାନରେ ମହିମା ଧର୍ମ ସମାଜର ପର ସନ୍ନ୍ୟାସୀ ଓ ଅପର ସନ୍ନ୍ୟାସୀ ସାଧୁବୃନ୍ଦ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଉକ୍ତ ଶୁଭ କାର୍ଯ୍ୟ ଅବସର ରେ ଅଖଣ୍ଡ ଘୃତାବତୀ ପ୍ରଜ୍ଜ୍ୱଳନ, ବ୍ରହ୍ମ ଧୂନୀ ସ୍ଥାପନ, ମହିମା ବାଲ୍ୟଲୀଳା, ପ୍ରଭୁ ନାମ ଭଜନ ଗାୟନ, ଧର୍ମସଭା ଓ ବିଶ୍ୱ ଜଗତର ମଙ୍ଗଳ ନିମନ୍ତେ ଅଲେଖ ମହାପ୍ରଭୁଙ୍କଠାରେ ସମବେତୀ ପ୍ରାର୍ଥନାଦି କାର୍ଯ୍ୟକ୍ରମ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଅନ୍ଧାରୁଆ ଗ୍ରାମବାସୀ ଓ ମହିମା ଧର୍ମର ଭକ୍ତବୃନ୍ଦମାନେ ସୁଚାରୁରୂପେ ପରିଚାଳନା କରିଥିଲେ ବୋଲି ଭକ୍ତ ନାରାୟଣ ଖୁଣ୍ଟିଆ ପ୍ରେସ୍ବିଜ୍ଞପ୍ତିରେ ଜଣାଇଥିଲେ ।


