ଅବକାରୀ ବିଭାଗର ଏସ ଆଇ କିଶୋର ଚନ୍ଦ୍ର ରଥଙ୍କ ଜାତୀୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ମଧ୍ୟପ୍ରଦେଶର ଇନ୍ଦୋର ଜାତୀୟ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇ ଥିବା ୭ ତମ ଏସ ବି କେ ଏଫ ଗେମ୍ସ ୨୦୨୨ ରେ ଭାଗ ନେଇଥିବା କ୍ରୀଡ଼ାବିତ ତଥା ଗଜପତି ଜିଲ୍ଲା ଅବକାରୀ ବିଭାଗର କାର୍ଯ୍ୟରତ ଏସ ଆଇ କିଶୋର ଚନ୍ଦ୍ର ରଥ ଦୁଇ ଟି ବିଭାଗରେ କୃତିତ୍ବ ହାସଲ କରିଥିବାର ଜଣା ପଡ଼ିଛି। ସେ ମୋଟ ୩ ଗୋଟି ବିଭାଗର ପ୍ରତିଯୋଗିତାରେ ଭାଗ ନେଇ ଦୁଇ ଗୋଟି ରୋପ୍ୟ ଏବଂ ୩ ଗୋଟି କାଂସ୍ୟପଦକହାସଲକରିଛନ୍ତିସୂଚନାଯୋଗ୍ୟ ଯେ ଏହି ଜାତୀୟ ସ୍ତର କ୍ରୀଡ଼ା ପ୍ରତିଯୋଗିତାରେ ସମଗ୍ର ଭାରତ ବର୍ଷର ୫୦ ରୁ ୭୦ ବର୍ଷ ବୟସ୍କର କ୍ରୀଡା ବିତ ମାନେ ଭାଗ ନେଇଥିଲେ। ଓଡ଼ିଶା ତଥା ଗଜପତି ଜିଲ୍ଲାର କିଶୋର ଚନ୍ଦ୍ର ରଥ ମଧ୍ୟ ଭାଗ ନେଇ ପ୍ରଶଂସିତ ହୋଇ ଛନ୍ତି।ସେ ୧୦୦ ମିଟର ଦୌଡ଼ ପ୍ରତିଯୋଗିତା ଏବଂ ଟ୍ରିପୁଲ ଜମ୍ପ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ହାସଲ କରି ରୋପ୍ୟ ପଦକ ପାଇଥିବା ବେଳେ ଲଙ୍ଗ ଜମ୍ପ ରେ ତୃତୀୟ ସ୍ଥାନ ଦଖଲ କରି କାଂସ୍ୟ ପଦକ ପାଇ ରାଜ୍ୟ ତଥା ଜିଲ୍ଲା ପାଇଁଗୌରବ ଆଣି ପାରିଛନ୍ତି।ଏଥି ପୂର୍ବରୁ କିଶୋର ଚନ୍ଦ୍ର ରଥ ବିଭିନ୍ନ ଜାତୀୟ ସ୍ତରରେ ହେଉଥିବା କ୍ରୀଡ଼ାରେ ପଦକ ହାତେଇ ବିଭିନ୍ନ ବର୍ଗର ପଦକ ହାସଲ କରିଛନ୍ତି।ଏହି ପଦକ ହାସଲ ଖବର ପ୍ରଚାର ପରେ ଜିଲ୍ଲାର ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟି ବାରେ ଲାଗିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ