ଅବସର କାଳୀନ ସମ୍ବର୍ଦ୍ଧନା ସଭା

ନିମାପଡା, (ସନ୍ତୋଷ ଦାଶ):ଆଜି ପୁରୀଜିଲ୍ଲା କାକଟପୁର ବ୍ଲକ ଗୋପିକାନ୍ତପୁର ଉଚ୍ଚବିଦ୍ୟାଳୟ ର ବରିଷ୍ଠ ଇଂରାଜୀ ଶିକ୍ଷକ ଶ୍ରୀଯୁକ୍ତ ବିପିନ ବିହାରୀ ମିଶ୍ର ଓ କର୍ମଚାରୀ ପବିତ୍ର ମୋହନ ବାରିକ ଅବସର ନେଇଛନ୍ତି।ଏହି ଅବସର ରେ ବିଦ୍ୟାଳୟ ପରିସର ରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ପୂର୍ବତନ ପ୍ରଧାନ ଶିକ୍ଷକ ବିଚିତ୍ରା ନନ୍ଦ ପାତ୍ର ସଭାପତିତ୍ୱ କରିଥିବାବେଳେ ଅତିଥି ଭାବେ ପୂର୍ବତନ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦାଶ,ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ସୁରେନ୍ଦ୍ର କାଣ୍ଡି, ପ୍ରଧାନ ଶିକ୍ଷକସୁରେନ୍ଦ୍ର ନାଥ ସ୍ୱାଇଁ,ସୁଶୀଲ କୁମାର ସାହୁ, ଓଷ୍ଟା ର ଜିଲ୍ଲା ସମ୍ପାଦକ ବିଷ୍ଣୁ ପ୍ରସାଦ ସାହୁ ପ୍ରମୁଖ ଯୋଗଦାନ କରି ଅବସର ନେଇଥିବା ଶିକ୍ଷକ ଓ କର୍ମଚାରୀ ଙ୍କ ବିଷୟ ରେ ଆଲୋକପାତ କରିଥିଲେ । ଶିକ୍ଷକ ଅବଦୁଲ ବରକତ ଖାଁ ସ୍ୱାଗତ ଭାଷଣ ଦେଇ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। କୋଭିଡ ନିୟମ ଅନୁସାରେ ପାଳନ କରାଯାଇଥିବା ଏହି ସଭାରେ କ୍ଷେତ୍ର ବାସୀ ସାହୁ,ବିଜୟ ଲକ୍ଷ୍ମୀ ଦାଶ, ଯୋଗମାୟା ଦାସ,ହୃଦାନନ୍ଦ ସାସମଲ, ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ