ଅଭିନବ ଢ଼ଙ୍ଗରେ ପରିବେଶ ସୁରକ୍ଷା : ଔଷଧୀୟ ଚାରା ବଂଟନ ଓ ବୃକ୍ଷ ରୋପଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଜୁନ୍ ୫ତାରିଖ ବିଶ୍ୱ ପରିବେଶ ଦିସବ ପାଳନ ହେଉଛି । ସବୁ ଆଡ଼େ ଏବେ ପରିବେଶ ପାଇଁ ଚିନ୍ତା । ହେଲେ ପରିବେଶ ଓ ସ୍ୱସ୍ଥ୍ୟକୁ ରକ୍ଷା ପାଇଁ ସାହଯ୍ୟ ଅନୁଷ୍ଠାନ ପକ୍ଷରୁ ଏହାର ସଭାପତି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମଦିନ ଓ ବିବାହ ବାର୍ଷିକ ଉତ୍ସବ ଦିନରେ ବିଭିନ୍ନ ଔଷଧୀୟ ଚାରା ବଂଟନ ଓ ବୃକ୍ଷ ରୋପଣ କାର୍ଯ୍ୟ ହାତକୁ ନିଆଯାଇଛି । ବିଶିଷ୍ଟ ବ୍ୟକ୍ତିଙ୍କ ହାତରେ ଏହି ଚାରା ବଂଟନ କରାଯାଇ ଚାରା ରୋପଣ କରାଯିବ । ଏହି ଉପଲକ୍ଷେ ଅବସରପ୍ରାପ୍ତ ପ୍ରଶାସକ ଅଲେଖ ଚରଣ ସାହୁ ଓ ତାଙ୍କ ଧର୍ମପତ୍ନୀ ନୟନା କୁମାରୀ ସାହୁଙ୍କ ବିବାହ ୫୮ତମ ବାର୍ଷିକ ଅବସରରେ ଆଇଆର୍‌ସି ଭିଲେଜ୍ ଏନ୍ ୧ ପାର୍କ ନିକଟରେ ଚାରା ବଂଟନ କରାଯିବା ସହ ବୃକ୍ଷ ରୋପଣ କରାଯାଇଥିଲା । ଶତାଧିକ ଲୋକଙ୍କୁ ବାସଙ୍ଗ, ଡାଲଚିନି, ଗିଲୟ, ଅଶ୍ୱଗନ୍ଧା, ଦୁଲାଭା, ସମୀ, ଅର୍ଜୁନ, ଗଙ୍ଗଶିଉଳି, ଅଶୋକା, ବଚ ଆଦି ଚାରା ବଂଟନ କରାଯାଇ ପରିବେଶ ସୁସ୍ଥ ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା । ସାହଯ୍ୟ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ସମାଜସେବୀ ସରୋଜ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଶାସକ ଅଲେଖ ଚରଣ ସାହୁ ଓ ତାଙ୍କ ଧର୍ମପତ୍ନୀ ନୟନା କୁମାରୀ ସାହୁ ଓ ବହୁ ମୁରବୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ