ଅଭିଯୁକ୍ତଙ୍କୁ ଗିରଫ କରିବାରୁ ପୁଲିସ ନାମରେ ମିଥ୍ୟା ଅଭିଯୋଗ ଆଣିଲେ ଅଭିଯୁକ୍ତଙ୍କୁ ଆଶ୍ରୟ ଦେଇଥିବା ବ୍ୟକ୍ତି

ଦାରିଙ୍ଗବାଡ଼ି, (ଓ୍ବାଇଏନ୍ଏସ୍):ପ୍ରଥମେ ନାବାଳିକା ଙ୍କୁ ଏକତରଫା ପ୍ରେମ ନିବେଦନ ନାବାଳିକା ଜଣକ ତାହାକୁ ପ୍ରତ୍ୟାଖ୍ୟାନ କରିବା ପରେ ନାବାଳିକା ଜଣଙ୍କୁ ଧମକଚମକ ଦେଇ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା ନଚେତ ନାବାଳିକା ଜଣକୁ ଜୀବନରୁ ମାରିଦେବି ବୋଲି ଧମକ ଦେଇଥିଲା ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ପାତ୍ର ସିଂ । ଘଟଣାଟି ହେଉଛି ଦାରିଙ୍ଗବାଡ଼ି ଥାନା ଅର୍ନ୍ତଗତ କିରିକୁଟୀ ଗ୍ରାମର । ଗ୍ରାମର ଜୈନେକା ନାବାଳିକୁ ଗ୍ରାମର ଗଜେନ୍ଦ୍ର ସିଂ ପାତ୍ର ଏକତରଫା ପ୍ରେମ କରି ବିଫଳ ହେବା ପରେ ଧମକଚମକ ଦେଉଥିଲା । ତେବେ ଗତ ୨୦୧୯ ମସିହା ସେପ୍ଟେମ୍ବର ୬ ତାରିଖ ରାତି ପ୍ରାୟ ୨ଟା ସମୟରେ ଗଜେନ୍ଦ୍ର ନାବାଳିକାନଙ୍କ ଘର କବାଟ ଗେଡା ଭାଙ୍ଗି ଭିତରକୁ ପଶି ଦୁଷ୍କର୍ମ କରିବାକୁ ଉଦ୍ୟମ କରିବା ବେଳେ ନାବାଳିକା ଜଣକ ଚିତ୍କାର କରିବାରୁ ପରିବାର ଲୋକେ ଗଜେନ୍ଦ୍ରକୁ ଧରିବାରେ ସକ୍ଷମ ହୋଇଥିଲେ । ତେବେ ଏହାପରେ ଗଜେନ୍ଦ୍ରଙ୍କ ପରିବାର ଲୋକେ ନାବାଳିକାକୁ ନିଜ ଘରକୁ ନେଇ ୧୮ବର୍ଷ ହେବା ପରେ ଗଜେନ୍ଦ୍ର ସହିତ ବିବାହ କରିବୁ ବୋଲି କହି ନାବାଳିକାଙ୍କ ପରିବାର ଲୋକଙ୍କ ଅନିଚ୍ଛା ସତ୍ୱେ ନିଜ ଘରକୁ ନେଇ ଯାଇଥିଲେ । ସ୍ତ୍ରୀର ଅଧିକାର ସାବ୍ୟସ୍ତ କରି ମୁଖ୍ୟ ଅଭିଯୁକ୍ତ ନାବାଳିକାକୁ ଘରକୁ ନେବା ପରେ ନାବାଳୀକାର ଅନିଚ୍ଛା ସତ୍ୱେ ବିଭୀ୍‌ନନ ସମୟରେ ଜୋର ଜବରଦସ୍‌ତ ଦୁଷଯକର୍ମ କରିଥିବା ଅଭିଯୋଗ ହୋଇଛି । ଏଥି ସହିତ ଦିର୍ଘ ୮ମାସ ରଖିବା ପରେ ଯଦି ବିବାହ କରିବାକୁ ଚାହୁଁଛୁ ତେବେ ତୋ ବାପା ରୁ ୫ଲକ୍ଷ ଟଙ୍କା ଧରି ଆସେ ତା ପରେ ବିବାହ କଥା ଦେଖିବା କହି ପିଡ଼ୀତାଙ୍କୁ ତାଙ୍କ ବାପ ଘରକୁ ରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ ଟ୍ଟ ତଡ଼ି ଦେଥିବା ଅଭିଯୋଗ ହୋଇଥିବା ଜଣା ପଡିଛି ସୂଚନା ପ୍ରକାରେ ଏହି ଘଟଣା ଘଟିବାପରେ ପିଡ଼ୀତାଙ୍କ ତରଫରୁ ପରିବାର ତରଫରୁ ଏନେଇ ଦାରିଙ୍ଗବାଡ଼ି ଥାନାରେ ଗତ ଫେବୃଆରୀ ୫ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ଦାରିଙ୍ଗବାଡ଼ି ଥାନା କେସ ନଂ ୧୯/୨୦୨୧ ରେଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା ।ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ସିଂ ପାତ୍ର ଙ୍କୁ ଗତ ଫେବୃଆରୀ ୯ ତାରିଖରେ ମୁଖ୍ୟଅଭିଯୁକ୍ତ ଗଜେନ୍ଦ୍ର ପାତ୍ର ସିଂ ବୌଦ୍ଧ-ସୋନପୁର ସୀମାବର୍ତୀ ଉମାଗାଁ ଅଚଳରୁ ଗିରଫ କରିଥିବା ବେଳେ ଅନ୍ୟ ୩ଜଣ ସହ ଯୋଗୀ ଫେରାର ଥିଲେ । ଫେରାର ଅଭିଯୁକ୍ତକୁ ଧରିବା ପାଇଁ ଦାରିଙ୍ଗବାଡ଼ି ପୁଲିସ ତରଫରୁ ଏକ ସ୍ୱତ୍ନ୍‌୍‌ର ଟିମ ଗଠନ କରାଯାଇଥିଲା । ଫେରାର ଅଭିଯୁ୍‌କ୍ତଙ୍କ ସନ୍ଧାନ ପାଇ ଲୁଚିଥିବା ସ୍ଥାନରେ ଚଢାଉ କରି ମୁଖ୍ୟ ଅଭିଯୁକ୍ତଙ୍କ ଭଉଣୀ ପୁଷ୍ପାଂଜଳୀ ପାତ୍ର ଙ୍କୁ କୋରାପୁଟ ଟାଉନର ପି.ଏଚ୍‌.ଡି କଲୋନୀରୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ତଥା ମୁଖ୍ୟ ଅଭିଯୁକ୍ତର ଭାଇ କାମାକ୍ଷା ସିଂ ପାତ୍ର ଙ୍କୁ ବାଲିଗୁଡ଼ା ଥାନା ମିଡିଆକିଆ ଅଂଚଳରୁ ପୁଲିସ ଗିରଫ କରିଥିଲା ଅନ୍ୟତମ ଅଭିଯୁକ୍ତ ଉମାଦେବୀ ପାତ୍ର ତୁମୁଡିବନ୍ଧ ଥାନା ବେନାରବାହାଲ ଅଂଚଳର ପରମାନ୍ଦ ବେହେରଦଳେଇଙ୍କ ଘରେ ଲୁଚିଥିବା ଖବରପାଇ ପୁଲିସ ସେଠାରେ ପହଁଚିଥିଲା ।କିନ୍ତୁ ପରମାନନ୍ଦ ବେହେରଦଳେଇ ପୁଲିସକୁ ତଦନ୍ତରେ ସହଯୋଗ ନକରିବା ସହିତ ଘର ଭିତରୁ କବାଟ ବନ୍ଦ କରି ପୁଲିସକୁ ଗାଳିଗୁଲଜ କରିବା ସହ ପୁଲିସ କୁ ଧମକ ଦେଇଥିବା ପୁଲିସ ସୁତ୍ରରୁ ଜଣାପଡିଛି । ସେପଟେ ବହୁତ ସମୟଧରି ସେଠାରେ ଅପେକ୍ଷା କରିବା ପରେ ପରିସ୍ଥିତିକୁ ଦ୍ରୃଷ୍ଟିର ରଖି ସେଠାରୁ ପୁଲିସ ଘଟଣା ସ୍ଥଳରୁ ଫେରିଆସିଥିବା ଜଣାପଡିଛି ଏବଂ ବର୍ତମାନ ସୁଦ୍ଧା ଅନ୍ୟତମ ଅଭିଯୁକ୍ତ ଉମାଦେବୀ ପାତ୍ର ଗିରଫ ହୋଇ ପାରିନଥିବା ଜଣାପଡିଛି । ଗୋଟିଏ ପଟେ ପୁଲିସ ପିଡୀତାଙ୍କ ପରିବାର ଙ୍କୁ ନ୍ୟାୟ ଦେବା ପାଇଁ ଚେଷ୍ଟା ଦେବ ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ଅଭିଯୁକ୍ତଙ୍କୁ ଆଶ୍ରୟ ଦେଇଥିବା ପରମାନନ୍ଦ ବେହେରଦଳେଇ ଏବଂ ତାଙ୍କର ଜଣେ ସର୍ମ୍ପକୀୟ ମହିଳା ମିଥ୍ୟା ଅଭିଯୋଗ ନେଇ କନ୍ଧମାଳ ଏସ.ପି ଙ୍କ ନିକଟରେ ପୁଲିସ ବିରୋଧରେ ଅଭିଯୋଗ କରିଥିବା ଜଣାପଡିଛି ।ସେପଟେ ଦାରିଙ୍ଗବାଡ଼ି ପୁଲିସ ଏହି ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ଦୋଷୀକୁ ଉପଯୁକ୍ତ ଦଣଯଡ ଦେବା ସହେିତ ପିଡ଼ୀତାଙ୍କୁ ନ୍ୟାୟ ମିଳୁ ବୋଲି ପିଡ଼ୀତାଙ୍କ ପରିବାର ଲୋକେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ