ବାଲିଗୁଡା ସିଆରପିଏଫର ୩୧ତମ ସ୍ଥାପନା ଦିବସ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ବାଟାଲିୟନ ସିଆରପିଏଫର ୩୧ ତମ ସ୍ଥାପନା ଦିବସ ସ୍ଥାନୀୟ ବାଟାଲିୟନର ମୁଖ୍ୟାଳୟ ପରିସରରେ କମାଡେଣ୍ଟ ଆନନ୍ଦ ଝାଙ୍କ ଅଧ୍ୟକ୍ଷତାରେ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ ଏକ ସଭାରେ ପ୍ରଥମେ ଶହୀଦ ଜବାନ ମାନଙ୍କୁ କମାଡେଣ୍ଟ ଶ୍ରୀ ଝା ଙ୍କ ସମେତ ସମସ୍ତ ଜବାନ ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହ ଉପସ୍ଥିତ ଜବାନ ମାନଙ୍କୁ ଦୀର୍ଘ ୩୧ ବର୍ଷର ସଫଳତାର ଗାଥା,ଯାହାକି ଜନସାଧାରଣଙ୍କ ସମସ୍ତ ସମସ୍ୟା ର ସମାଧାନ ଦିଗରେ ସିଆରପିଏଫ ସର୍ବଦା ସମାଜର ଜାଗ୍ରତ ପ୍ରହରୀ ଭଳି କାର୍ଯ୍ୟ କରିଆସୁଛି । ବିଭିନ୍ନ ସମୟ’ରେ ସିଆରପିଏଫର ସେବା ଓ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମସ୍ତେ ମିଳିମିଶି ସମାଜର ସେବା କରିବା ସହ ଜାତୀୟ ସଂହତି’କୁ ସର୍ବଦା ବଜାୟ ରଖିବାକୁ ଶ୍ରୀ ଝା ଆହ୍ବାନ କରିଥିଲେ । ଦେଶର ସବୁ ସମ୍ବେଦନଶିଳ ଅଞ୍ଚଳରେ ରହି ସୁଚାରୁରୂପେ କାନୁନ ବ୍ୟବସ୍ଥା ଲାଗୁ କରିବା, ଆତଙ୍କବାଦୀ ଓ ମାଓବାଦୀ ଆକ୍ରମଣର ମୁକାବିଲା କରିବା, ନିର୍ବାଚନ ସମୟରେ ସଫଳତାର ସହ ନିଜର ଦାୟିତ୍ୱ ସମ୍ପାଦନା କରି ଦେଶର ରାଷ୍ଟୀୟ ଏକତା ଏବଂ ଅଖଣ୍ଡତାକୁ ମଜଭୁତ କରି ପାରିଛି l ଏଥିରେ ଜବାନ ମାନଙ୍କ ଦ୍ୱାରା ନିଜ ନିଜ ପରିବାର ବର୍ଗଙ୍କୁ ସ୍ଥାପନା ଦିବସର ଶୁଭକାମନା ଜଣାଇଥିଲେ l ଶେଷରେ ବାଟାଲିୟନର ଜବାନ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଖେଳକୁଦ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ