ଅମଲାତନ୍ତ୍ରୀଙ୍କ ବିୟୋଗରେ ଶୋକସଭା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନଲେଙ୍କା):ଭଣ୍ଡାରିପୋଖରୀ ବ୍ଲକର ଅବସରପ୍ରାପ୍ତ ଅମଲାତନ୍ତ୍ରୀ ତଥା ଯଶୋଟିକିରି ପଂଚାୟତର ବରିଷ୍ଠ ସମାଜସେବୀ ହରେକୃଷ୍ଣ ପ୍ରଧାନଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ସାମାଜିକ କର୍ମୀ ଅର୍ଜୁନ ଚରଣ ବରାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସରପଞ୍ଚ ବଦ୍ରିନାରାୟଣ ରାଉତ, ସମାଜସେବୀ ଶରତ ଚନ୍ଦ୍ର ଜେନା, ସୋମନାଥ ପତି, ଦୁଃଖିଶ୍ୟାମ ପତି, କୀର୍ତ୍ତନ ଚନ୍ଦ୍ର ଜେନା, ହରିହର ପଲ୍ଲାର ପ୍ରମୁଖ ଯୋଗଦେଇ ସ୍ବର୍ଗତ ପ୍ରଧାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବସନ୍ତ ବେହେରା, ସୁଶୀଲ ବର୍ଦ୍ଧନ, କାହ୍ନୁଚରଣ ଜେନା, କୃପାସିନ୍ଧୁ ପୃଷ୍ଟି, ଦିଲ୍ଲୀପ କୁମାର ଜେନା, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଅଶ୍ୱିନୀ ରଥ ପ୍ରମୁଖ ସଭାରେ ଉପସ୍ଥିତ ରହି ଦିବଂଗତ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରିଥିଲେ। ପଂଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ବର୍ଗତ ପ୍ରଧାନଙ୍କ କର୍ମମୟ ଜୀବନ ଉପରେ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ସମାଜସେବୀ ବନମାଳୀ ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।


