ଅମଲାତନ୍ତ୍ରୀଙ୍କ ସ୍ମୃତିଚାରଣ ସଭା

ଧାମନଗର, (ସନ୍ତୋଷପ୍ରଧାନ) :-ଧାମନଗର ବ୍ଲକ ଚୁଡାକୁଟି ମାଙ୍କିଡିଆ ଗ୍ରାମର ଅବସରପ୍ରାପ୍ତ ଅମଲାତନ୍ତ୍ରୀ ଗଦାଧର ଦାସଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବୁଦ୍ଧିରାମ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ହରିହର ଦାସ, ସଂଜୁସ୍ମିତା ଦାସ, ପ୍ରଶାନ୍ତ ବେହେରା, ରାଜକିଶୋର ବେହେରା, ବୃନ୍ଦାବନ ରାଉଳ, ଦୋଳଗୋବିନ୍ଦ ଦାସ, ରୀନା ସାହୁ, ନିରଞ୍ଜନ କର ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଦାସଙ୍କ ସମର୍ପିତ ସେବା ଓ ନିଷ୍ଠାପର କାର୍ଯ୍ୟ ଶୈଳୀ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଏଥିରେ ଗ୍ରାମବାସୀଙ୍କ ସମେତ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନେ ଉପସ୍ଥିତ ରହି ଅମର ଆତ୍ମାର ସଦଗତି ପାଇଁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ