ଡ୍ରିମ୍ସ ଆଇଡିଆଲ ରେସିଡେନ୍ସିଆଲ ସ୍କୁଲରେ ଜାତୀୟ ବିଜ୍ଞାନ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ସହରର ଅରଡବଜାର ସ୍ଥିତ ‘ଡ୍ରିମ୍ସ ଆଇଡିଆଲ ରେସିଡେନ୍ସିଆଲ ସ୍କୁଲ’ ପକ୍ଷରୁ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସିଆରସିସି ସୁରମା ନନ୍ଦ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜ୍ଞାନ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ନୋବେଲ ପୁରସ୍କାର ବିଜେତା ପଦାର୍ଥ ବିଜ୍ଞାନୀ ସାର ଚନ୍ଦ୍ରଶେଖର ଭେଙ୍କଟରମଣଙ୍କ ଉଲେଖନୀୟ କୃତିତ୍ୱ ଉପରେ ଶ୍ରୀମତି ନନ୍ଦ ବିସ୍ତୃତ ବର୍ଣ୍ଣନା କରିଥିଲେ । ପୂର୍ବତନ କାଉନସିଲର ରଞ୍ଜିତା ମହାପାତ୍ର ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନରେ ବିଜ୍ଞାନର ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ । ବିଜ୍ଞାନ ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ପୁଷ୍ପିତା ମହାନ୍ତି ସଭାକାର୍ଯ୍ୟ ପରିଚାଳନା କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦକ ଭାବଗ୍ରାହୀ ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରେହାନା ବେଗମ, ସତ୍ୟଭାମା ପ୍ରଧାନ, ଦୀପାଞ୍ଜଳୀ ଦାସ, ସ୍ମୁତିସୁଧା ଦାସ, ଦେବଶ୍ରୀ ଗିରି, ରୂପଶ୍ରୀ ବେହେରା, କଳ୍ପନା ବାରିକ, କାବ୍ୟଶ୍ରୀ ସାହାଣୀ, ସାଗରିକା ଶିଅଳ, ଆରତୀ ଦାସ, ଆରତୀ ରାଉଳ, ତୁଫାନୀ ଦାସ, କମଳା ପାଲ, ଅରବିନ୍ଦ ହାତୀ, ଲକ୍ଷ୍ମୀ ଧର ପଣ୍ଡା, ଦ୍ୱିତୀକୃଷ୍ଣ ମହାନ୍ତି ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।


