ଅମିତାଭଙ୍କ ଓଜନ ୫ କିଲୋ କମିଲା

ନିକଟରେ ବଲିଉଡର ମେଗାଷ୍ଟାର୍ ଅମିତାଭ ବଚ୍ଚନ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହାଇଥିଲେ । ତେବେ ସେଠାରୁ ଫେରିବା ପରେ ତାଙ୍କର ଓଜନ ୫ କିଲୋ କମି ଯାଇଛି । ଓଜନ କମିବାକୁ ନେଇ ବିଗ୍ ବି ଖୁସି ଅଛନ୍ତି । ତାଙ୍କ କହିବା ଅନୁସାରେ ଓଜନ କମିବା ତାଙ୍କ ପାଇଁ ବହୁତ ଭଲ କଥା । ଏକଥା ସେ ତାଙ୍କ ବ୍ଲଗରେ ଲେଖିଛନ୍ତି । ବିଗ୍ ବି ଲେଖିଛନ୍ତି, ସେମାନେ ମୋତେ କହିଲେ ଯେ ଗତ କିଛି ଦିନ ଭିତରେ ମୋର ଓଜନ ୫ କିଲୋ ହ୍ରାସ ପାଇଛି । ଏହା ସତ । ମୋର ଓଜନ ପ୍ରାୟ ୫ କିଲୋ କମିଛି, ଯାହା ମୋ ପାଇଁ ବହୁତ ଭଲ ।’ଅମିତାଭ ଆହୁରି ଲେଖିଛନ୍ତି, “ମୋ ପ୍ରିୟ ପ୍ରଶଂସକମାନେ, ସମସ୍ତଙ୍କୁ ମୋର ଭଲପାଇବା ଜଣାଉଛି । ସେମାନଙ୍କୁ ମଧ୍ୟ ଭଲ ପାଇବା ଜଣାଉଛି, ଯେଉଁମାନେ ମୋର ଅସୁସ୍ଥ ହେବା ଖବର ଶୁଣି ବ୍ୟସ୍ତ ହୋଇପଡ଼ିଥିଲେ ।’ ଏକ ରିପାର୍ଟ ଅନୁଯାୟୀ, “କୌନ୍ ବନେଗା କରାଡପତି’ର ଶୁଟିଂ ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ । ତେଣୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ତେବେ ଅନ୍ୟ ଏକ ରିପାର୍ଟ ଅନୁଯାୟୀ, ଅମିତାଭ ରୁଟିନ୍ ଚେକ୍‌ଅପ୍ ପାଇଁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ସେଠାରେ ତିନି ଦିନ ରହିଥିଲେ । ତାଙ୍କୁ ୧୮ ଅକ୍ଟୋବରରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ସୁସ୍ଥ ହେବା ପରେ ଅମିତାଭ ପୁଣି ଥରେ “କୌନ୍ ବନେଗା କରାଡପତି’ର ଶୁଟିଂ ଆରମ୍ଭ କରି ସାରିଛନ୍ତି । ଟ୍ୱିଟ୍ କରି ଅମିତାଭ ଏହି ସୂଚନା ଦେଇଛନ୍ତି । ସୂଚନାଯାଗ୍ୟ, ଆଗାମୀ ଦିନରେ ବିଗ୍ ବି’ଙ୍କୁ ଦର୍ଶକମାନେ “ବ୍ରହ୍ମାସ୍ତ୍ର’, “ଗୁଲାବା ସୀତାବୋ’ ଓ “ଝୁଣ୍ଡ’ ପରି ଫିଲ୍ମରେ ଦେଖିବାକୁ ପାଇବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ