ଅଯୋଧ୍ୟା ଶିଳାନ୍ୟାସ ଉତ୍ସବ ନିମନ୍ତେ ଭବ୍ୟ ପୂଜାର୍ଚ୍ଚନା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ଦୀର୍ଘ ୭୦ ବର୍ଷ ଧରି ଚାଲିଥିଲା ଆଇନ ଗତ ବିବାଦ।ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ନେଇ ଆଇନଗତ ବିବାଦର ପୂର୍ଣ୍ଣଛେଦ ପଡିଛି।ବହୁ ପ୍ରତୀକ୍ଷିତ ମନ୍ଦିର ନିର୍ମାଣ କାର‌୍ୟ୍ୟ ପାଇଁ ପଥ ପରିଷ୍କାର ହୋଇଯାଇଛି।ଭାରତ ସମେତ ବିଶ୍ୱର ସବୁଠାରେ ଦେଖାଦେଇଛି ଏକ ବିଶେଷ ଉତ୍କଣ୍ଠା।ଏକ ଧର୍ମୀୟ ଭାବାବେଗରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାର‌୍ୟ୍ୟ ପାଇଁ ସମସ୍ତଙ୍କ ମନରେ ଉଛୁଳି ଉଠିଛି ପୂଜାର୍ଚ୍ଚନା।ଏଥିପାଇଁ କୋଣ ଅନୁକୋଣରେ ଲୋକଙ୍କ ମନରେ ଜାଗ୍ରତ ହୋଇଛି ଅସୁମାରୀ ଆଧ୍ୟାତ୍ମିକ ଚିନ୍ତା।ଗାଁ ଗାଁ ରେ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି।ଜାତି ଧର୍ମ ନିର୍ବିଶେଷରେ ପୂର୍ଣ୍ଣ ପ୍ରାଣରେ ସମର୍ପିତ ହୋଇ ସାରା ଅଞ୍ଚଳରେ ଆୟୋଜିତ ହୋଇଛି ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା।ସବୁଠି ଦେଖାଦେଇଛି ଉତ୍ସବ ପାଳନର ଅପୂର୍ବ ମାହୋଲ।ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ବ୍ଲକ ଖରିଡା ଗ୍ରାମରେ ବୁଧବାର ଶିଳାନ୍ୟାସ ଉତ୍ସବ ପାଳନ ନିମନ୍ତେ ଯୁବଗୋଷ୍ଠୀ ଓ ଗ୍ରାମବାସୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି।ଏହି ଆଧ୍ୟାତ୍ମିକ ଦିବସ ଅବସରରେ ଗ୍ରାମବାସୀଙ୍କ ପ୍ରତିଟି ଆବାସ ଗୃହରେ ପୂର୍ଣ୍ଣ କୁମ୍ଭ ସ୍ଥାପନା କରା ଯାଇଥିଲା।ଘରକୁ ଝୋଟି କିମ୍ବା ରଙ୍ଗୋଲିରେ ସଜା ଜାଇ ଦୀପ ପ୍ରଜ୍ବଳନ କରା ଯାଇଥିଲା।କେହି କେହି ଘର ଉପରେ ଗେରୁଆ ରଙ୍ଗର ଧ୍ବଜା ସ୍ଥାପନ କରିଥିଲେ।ଗୋମାତା ଙ୍କୁ ଖାଦ୍ୟ ଅର୍ପଣ କରିବା ପରେ ସାମାଜିକ ଦୂରତ୍ୱ ନିୟମ ଓ ମୁହଁରେ ମାସ୍କ ପରିଧାନ କରି ହନୁମାନ ଚାଳିଶା,ରାମଚରିତ ମାନସ ଓ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ମନ୍ତ୍ର ଜପରେ ଭକ୍ତ ଶ୍ରଦ୍ଧାଳୁ ନିମଗ୍ନ ଥିଲେ।ପରେ ପ୍ରଭୁ ଶ୍ରୀରାମଙ୍କ ତୈଳ ପ୍ରତିକୃତିରେ ସୁଗନ୍ଧିତ ପୁଷ ଓ ଧୂପ ଅର୍ପଣ କରି କୋଭିଡ ନିୟମ ଅନୁଯାୟୀ ଯୁବ ଗୋଷ୍ଠୀ ଗ୍ରାମ ପରିକ୍ରମା କରିଥିଲେ। ଗ୍ରାମର ବିଭିନ୍ନ ଦେବାଳୟ ଓ ଆରାଧ୍ୟ ଦେବୀ ମା କରେଇଶୁଣିଙ୍କ ନିକଟରେ ସେମାନେ ଘୃତ ଦୀପ ପ୍ରଜ୍ବଳନ କରିଥିଲେ।ସନ୍ଧ୍ୟା ସମୟରେ ଗ୍ରାମବାସୀ ନିଜ ନିଜ ଗୃହ ସମ୍ମୁଖରେ ଦୀପ ଜାଳି ଏବଂ ଆଲୋକ ମାଳାରେ ଆଲୋକିତ କରି ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର‌୍ୟ୍ୟର ଶିଳାନ୍ୟାସ ଉତ୍ସବରେ ନିଜକୁ ସମର୍ପିତ କରିଥିଲେ।ଏହି କାର‌୍ୟ୍ୟକ୍ରମରେ ପ୍ରମୋଦ କୁମାର ସ୍ୱାଇଁ,ପ୍ରଦୀପ ସ୍ୱାଇଁ, ତପନ ମୁନୀ, କୃଷ୍ଣ ବେହେରା, ସୁବାସ ଗୌଡ଼, ଅଜିତ ନାୟକ, ନିରଞ୍ଜନ ପାଢ଼ୀ, ଭଗବାନ ଗୌଡ଼,କାଳିଆ ସ୍ୱାଇଁ, ପ୍ରକାଶ ମହାରଣା, ହୀନ ସ୍ୱାଇଁ, ସଞ୍ଜୟ ସ୍ୱାଇଁ ,ଅକ୍ଷୟ ସେଠୀ ଏବଂ ମଙ୍ଗୁକୁ ସ୍ୱାଇଁ ପ୍ରମୁଖଙ୍କ ସମେତ ପ୍ରାୟ ୬୦ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡ଼ିଆ ସାମିଲ ହୋଇ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ