ଅର୍ଚ୍ଚିତାଙ୍କ ପସନ୍ଦର ପୋଷାକ
ସାଧାରଣତଃ ସେଲେବ୍ରେଟି ମାନେ ବହୁତ୍ ଷ୍ଟାଇଲିଶ୍ । ସେମାନେ ଭିନ୍ନ ଭିନ୍ନ ଷ୍ଟାଇଲର ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି । ତେବେ ଏମିତି କିଛି ସେଲେବ୍ରିଟି ଅଛନ୍ତି ଯେଉଁମାନେ ସିମ୍ପଲ୍ ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି । ସେମିତି ଜଣେ ସେଲେବ୍ରିଟି ହେଲେ ଅର୍ଚ୍ଚିତା ସାହୁ । ତାଙ୍କର ସବୁଠୁ ଫେବ୍ରାଇଟ୍ ହେଉଛି ଯାହା ଟିକେ ଢିଲା ହୋଇଥିବ । ସେ ଏକ ବିଶେଷ କାର୍ଯ୍ୟକ୍ରମରେ ନିଜର ଫ୍ୟାନମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, “ମୁଁ ଟିକେ ଢିଲା ଡ୍ରେସ୍ ପିନ୍ଧିବାକୁ ଭଲ ପାଏ । ମୁଁ ଯଦି କୁର୍ତ୍ତି କିମ୍ବା ଟି-ଶାର୍ଟ ପିନେ୍ଧ, ତାହା ବି ଢିଲା ହୋଇଥାଏ । ତେବେ ସବୁବେଳେ ସେମିତି ପିନ୍ଧି ହୁଏନି । କିନ୍ତୁ ଅଧିକାଂଶ ସମୟ ଏମିତି ପୋଷାକ ପିନ୍ଧିବାକୁ ଭଲ ଲାଗେ । ଡ୍ରେସ୍ ଏବଂ ସ୍ମାର୍ଟଫୋନ୍କୁ ନେଇ ଅର୍ଚ୍ଚିତା କେବେ ଚିନ୍ତିତ ନଥା’ନ୍ତି । ତାଙ୍କୁ ଯେମିତି ଫୋନ୍ ଦେଲେ ବି ସେ ବ୍ୟବହାର କରନ୍ତି । ସୂଚନା ଅନୁଯାୟୀ, ଅର୍ଚ୍ଚିତାଙ୍କୁ ଓଲିଉଡର ସବୁଠୁ ଷ୍ଟାଇଲିଶ୍ ଅଭିନେତ୍ରୀ କୁହାଯାଏ । “ବାବୁ ଆଇ ଲଭ୍ ୟୁ’ ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିବା ଅର୍ଚ୍ଚିତା ଓଲିଉଡରେ ୩୦ରୁ ଅଧିକ ଫିଲ୍ମରେ କାମ କରିସାରିଲେଣି ।


