ଅଲଣାହାଟ ଉଚ୍ଚ ବିଦ୍ୟାଳୟର ୧୯୬୩ ବ୍ୟାଚର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌):ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣାହାଟ ଉଚ୍ଚ ବିଦ୍ୟାଳୟର ୧୯୬୩ ମସିହା ହାଇସ୍କୁଲ ବ୍ୟାଚର ବନ୍ଧୁ ମିଳନ ରବିବାର ଅଲଣାହାଟ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବନ୍ଧୁ ମିଳନ ଉତ୍ସବରେ ଡା ସର୍ବେଶ୍ୱର ପରିଡା, ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁ,ଡମ୍ବରୁ ସାହୁ,ସୁଦର୍ଶନ ବିଶ୍ୱାଳ,ରାଜ କିଶୋର ଆଚାର୍ଯ୍ୟ,ଗୋପାଳ ରାଉଳ,ଝରି ମିଶ୍ର,ଅଧ୍ୟାପକ ବାଇଧର ନାୟକ,ସୁବାସ ଚନ୍ଦ୍ର ନାୟକ,କୈଳାସ ପରିଡା,ହରେକୃଷ୍ଣ ଦାସ, ବିଚିତ୍ରାନନ୍ଦ ରାୟ, ସୁରେନ୍ଦ୍ର ନାଥ ମିଶ୍ର, ଅମରେଶ୍ୱର ଲେଙ୍କା, କାଳନ୍ଦୀ ଦାସ, ଦୁର୍ଯ୍ୟୋଧନ ରାଉତ ଆଦି ଯୋଗ ଦେଇଥିଲେ । ପ୍ରଥମେ ଅନ୍ନପୂର୍ଣ୍ଣ ଦାସଙ୍କ ବିୟୋଗରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ବନ୍ଧୁମିଳନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସମସ୍ତେ ଅତୀତର ସ୍ମୃତିକୁ ମନେ ପକାଇଥିଲେ । ସର୍ବସମ୍ମତି କ୍ରମେ ବୈକୁଣ୍ଠନାଥ ଆଚାର୍ଯ୍ୟ ସ୍ମୃତି ସଂସଦ ଗଠନ କରାଯାଇଥିଲା । ପରବର୍ତୀ ବୈଠକରେ ଏହାର କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ