ଅଷ୍ଟ୍ରେଲିଆରେ ଦେଖାଉଛନ୍ତି ଜଲୱା ଦେଖାଛନ୍ତି ପଲ୍ଲବୀ

ମୁମ୍ବାଇ:୨୦୧୦ରେ ‘ମାଇନେମ୍ ଇଜ୍ ଖାନ’ ମାଧ୍ୟମରେ ବଲିଉଡ଼୍ରେ ପେସାଦାର ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ ପଲ୍ଲବୀ ଶାରଦା । ତାହା ପରେ ଆଉ ଛଅଟି ଫିଲ୍ମରେ ଛୋଟ-ବଡ଼ ଭୂମିକା । ଶେଷ ଥର ପାଇଁ ଦେଖିବାକୁ ମିଳିଥିଲେ ‘ବେଗମଜାନ’ରେ, ୨୦୧୭ରେ । ଭୂମିକାଟି ଥିଲା ସଂକ୍ଷିପ୍ତ । ବାସ୍ ଏତିକି! ବଲିଉଡ୍ରେ ତାଙ୍କର ସେ ଭଳି କୌଣସି ଚାହିଦା ନ ଥିଲେ ହେଁ ପଲ୍ଲବୀଙ୍କର ଗ୍ଲାମର୍ ଦୁନିଆ ସହ ସଂପର୍କ ବଳବତ୍ତର ରହିଛି, ମୁଖ୍ୟତଃ ଅଷ୍ଟ୍ରେଲିଆନ୍ ଫିଲ୍ମ ମାଧ୍ୟମରେ । ୨୦୦୩ରେ ମୁକ୍ତିଲାଭ କରିଥିବା ‘ସେଭ୍ ୟୋର୍ ଲେଗ୍ସ’, ତାଙ୍କର ପ୍ରଥମ ଅଷ୍ଟ୍ରେଲିଆନ୍ ଫିଲ୍ମ । ଅଦ୍ୟାବଧି ପାଞ୍ଚଟି ଅଷ୍ଟ୍ରେଲିଆନ୍ ଫିଲ୍ମରେ ଅଭିନୟ କରିସାରିଲେଣି । ‘ବିଚାମ୍ ହାଉସ୍’ ନାମକ ଅଷ୍ଟ୍ରେଲିଆନ୍ ଟେଲିଭିଜନ୍ ଧାରାବାହିକ ମୁକ୍ତିଲାଭ ଅପେକ୍ଷାରେ । ତାହା ଛଡ଼ା ‘ଟମ୍ ଆଣ୍ଡ୍ ଜେରି’ ନାମକ ହଲିଉଡ୍ କାର୍ଟୁନ୍ ଫିଲ୍ମ ପାଇଁ ସେ ଅନୁବନ୍ଧିତ । ଅଣତିରିଶ ବର୍ଷ ବୟସ୍କା ପଲ୍ଲବୀ ଅଷ୍ଟ୍ରେଲିଆନ୍ ଗ୍ଲାମର୍ ଦୁନିଆରେ ସୁପରିଚିତ । ଏହାର ଏକାଧିକ କାରଣ ରହିଛି । ପ୍ରଥମତଃ ତାଙ୍କ ଜନ୍ମ ଅଷ୍ଟ୍ରେଲିଆର ପର୍ଥରେ; ଦ୍ୱିତୀୟତଃ ସେ ଅଷ୍ଟ୍ରେଲିଆନ୍ ନାଗରିକ; ତୃତୀୟତଃ ୨୦୧୦ରେ ସେ ଜିଣିଥିଲେ ‘ମିସ୍ ଇଣ୍ଡିଆ ଅଷ୍ଟ୍ରେଲିଆ’ ଟାଇଟଲ୍; ଚତୁର୍ଥତଃ ସେ ‘ୟୁନିଭର୍ସିଟି ଅଫ୍ ମେଲ୍ବୋନର୍୍’ର ପ୍ରାକ୍ତନ ଛାତ୍ରୀ । ଶେଷରେ ଅଷ୍ଟ୍ରେଲିଆରେ ମୂଳ ମଜଭୁତ ଥିବାରୁ ସେଠାରେ ସେ ବିଶେଷ ଭାବେ ସକ୍ରିୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ