ସାର୍ଟଲେସ ଅଜୟ ଦେବଗନଙ୍କୁ ତାରିଫ୍
ମୁମ୍ବାଇ : ବଲିଉଡ୍ର ସୁପରଷ୍ଟାର ଅଜୟ ଦେବଗନଙ୍କ ଚମକ୍ରାର ଅଭିନୟ ପାଇଁ ସେ ବେଶ ଲୋକପ୍ରିୟ ହୋଇପାରିଛନ୍ତି । ୧୯୯୧ ମସିହାରେ ଫୁଲ ଔର କାଣ୍ଟେ ଫିଲ୍ମ ମାଧ୍ୟମରେ ଅଜୟ ଦେବଗନ ବଲିଉଡ୍ରେ ଡେବ୍ୟୁ କରିଥିଲେ । ତାଙ୍କର ଏହି ଫିଲ୍ମ ବେଶ୍ ଲୋକପ୍ରିୟ ହୋଇଥିଲା । ଏହି ଫିଲ୍ମ ମାଧ୍ୟମରେ ସେ ନିଜର ପରିଚୟ ସୃଷ୍ଟି କରିଥିଲେ । ଏହି ଲମ୍ବା ସମୟ ଭିତରେ ସେ ବିଭିନ୍ନ ଚରିତ୍ରରେ ଅଭିନୟ କରିସାରିଲେଣି । ତାଙ୍କର ଫିଟ୍ନେସ୍ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଅଜୟ ଦେବଗନଙ୍କ ସାର୍ଟଲେସ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ୫୦ ବର୍ଷ ବୟସରେ ବି ସେ ସବୁବେଳେ ଫିଟ୍ ରହିଛନ୍ତି ।
ସାର୍ଟଲେସ ଫଟୋ ନିଜ ଇନ୍ଷ୍ଟାଗ୍ରାମରେ ଅଜୟ ପୋଷ୍ଟ କରିଛନ୍ତି । ଏହି ଫଟାରେ ସେ ବ୍ଲାକ ପ୍ୟାଣ୍ଟ ପିନ୍ଧିଛନ୍ତି ଓ ଖାଲି ଦେହରେ ଛିଡା ହୋଇଛନ୍ତି । ଏହି ଫଟୋ ଦେଖି ତାଙ୍କର ପ୍ରଶଂସକ ତାଙ୍କୁ ବେଶ ପସନ୍ଦ କରିଛନ୍ତି । ସେହି ଫଟୋରେ ସେ ଲେଖିଛନ୍ତି, ଏବେ ଦିବାରକୁ ଦେଖିବାର ସମୟ ଶେଷ ହୋଇଛି । ଏବେ ଖିଲାଡିକୁ ବାହାର କରିବା ପାଇଁ ସାହାଯ୍ୟ କରିବ । ଚଳିତ ବର୍ଷ ମେ’ ମାସରେ ତାଙ୍କର ଫିଲ୍ମ ଦେ ଦେ ପ୍ୟାର ଦେ ରିଲିଜ୍ ହୋଇଥିଲା । ଏହି ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ କରିଥିଲେ । ଅଜୟ ଦେବଗଙ୍କ ଭୁଜ ଦ ପ୍ରାଇଡ୍ ଇଣ୍ଡିଆନ ନୂଆ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ୧୯୭୧ ମସିହାରେ ହୋଇଥିବା ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା କାରଗିଲ ଯୁଦ୍ଧ ଉପରେ ଆଧାରିତ । ଏହି ଫିଲ୍ମରେ ଯବାନ ବିଜୟ କାର୍ଣ୍ଣିକଙ୍କ ଚରିତ୍ରରେ ଅଜୟ ଅଭିନୟ କରିବେ ।


