ଦର୍ଶକଙ୍କୁ ପସନ୍ଦ ଆସୁଛି ଫିଲ୍ମ ‘ଛିଛୋରେ’

ମୁମ୍ବାଇ: ଦର୍ଶକଙ୍କ ଭଲପାଇବା ସାଉଁଟିବାରେ ଲାଗିଛି ଫିଲ୍ମ ଛିଛୋରେ । ଗତ ଶୁକ୍ରବାର ଏହି ଫିଲ୍ମ ରିଲିଜ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଫିଲ୍ମଟି ୪୪ କୋଟି ଟଙ୍କା ଆୟ କରିସାରିଲାଣି । କମେଡି-ଇମୋସନାଲ କାହାଣୀ ଥିବା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ କେଦାରନାଥ ଫେମ ସୁଶାନ୍ତ ସିଂ ରାଜପୁତଙ୍କ ସହ ଶ୍ରଦ୍ଧାଙ୍କୁ ଦେଖିବାକୁ ମିଳିଥିଲା । ଫିଲ୍ମର ନିର୍ଦ୍ଦେଶନା ‘ଦଙ୍ଗଲ’ ନିର୍ଦ୍ଦେଶକ ନୀତେଶ ତିୱାରୀ ଦେଇଥିବାବେଳେ ଫିଲ୍ମରେ ସୁଶାନ୍ତ-ଶ୍ରଦ୍ଧାଙ୍କ ବ୍ୟତୀତ ବରୁଣ ଶର୍ମା, ନବୀନ ସେଟ୍ଟୀ, ସହର୍ଷ କୁମାର ପ୍ରମୁଖଙ୍କୁ ଦେଖିବାକୁ ମିଳିଛି ।
ଫିଲ୍ମର କାହାଣୀ ମୁତାବକ ଏହା ଜଣେ ଇଂଜିନିୟରିଂ ଛାତ୍ରଙ୍କ ଉପରେ ପର୍ଯ୍ୟବେସିତ ହୋଇଛି । ଏହି ଛାତ୍ର ଜଣଙ୍କ ପାଠପଢା ଅପେକ୍ଷା ଝିଅଙ୍କୁ ନେଇ ନିଜ ଧ୍ୟାନ କେନ୍ଦ୍ରୀଭୂତ କରୁଥିବାର ଦେଖିବାକୁ ମିଳିଛି । ଫିଲ୍ମଟି ଇଂଜିନିୟରିଂ କଲେଜରେ ସୁଟିଂ ହୋଇଥିବାବେଳେ ସଜିଦ ନଦିଆବାଲା ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଶୁକ୍ରବାର ଦିନ ଫିଲ୍ମଟି ୭ କୋଟି ୩୨ ଲକ୍ଷ ଟଙ୍କା ଆୟ କରିଥିବାବେଳେ ଶନିବାର ଦିନ ଫିଲ୍ମଟି ୧୨ କୋଟି ଟଙ୍କା ଆୟ କରିଥିଲା । ସେହିପରି ରବିବାର ଦିନ ଫିଲ୍ମଟି ୧୬ କୋଟି ଟଙ୍କା ଆୟ କରିଥିଲା । କିନ୍ତୁ ସାମବାର ଦିନ ଏହି ଫିଲ୍ମଟି ରେକର୍ଡ କରିଛି । ରିଲିଜ ଦିନଠାରୁ ଅଧିକ ଆୟ କରିଥିଲା ‘ଛିଛୋରେ’ । ମୁଖ୍ୟତଃ ରିଲିଜ ଦିନ ପରଠାରୁ ଫିଲ୍ମର ଆୟ କମିବାରେ ଲାଗିଥାଏ, କିନ୍ତୁ ସୋମବାର ଫିଲ୍ମ ୮ କୋଟି ଟଙ୍କା ଆୟ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ